ବାଳଗୋପାଳ ସେବା ନିକେତନ ଶିଶୁଗୃହରେ ଓଡିଶା ଦିବସ ପାଳିତ

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବାଳଗୋପାଳ ସେବା ନିକେତନ ଶିଶୁଗୃହରେ ଅନ୍ତେବାସୀ ଓ କର୍ମଚାରୀଙ୍କ ଗହଣରେ ୮୬ତମ ଓଡିଶା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଶିଶୁ ମଙ୍ଗଳ ସମିତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ମୁକୁନ୍ଦ ରେଡ୍ଡୀ ଯୋଗଦାନ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧା ମହାପୁରୁଷମାନଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅନ୍ତେବାସୀମାନେ ପ୍ରାରମ୍ଭିକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିବା ସହ ଶେଷରେ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ।


ପ୍ରଥମେ ଶିଶୁ ଅନ୍ତେବାସୀ ଗୋବିନ୍ଦ ଦାସ, ସଂଗ୍ରାମ ମାଝୀ, ବିଷ୍ଣୁ ହରିଜନ, ଅଞ୍ଜନ ସୁନା, ଶମ୍ଭୁ ମାଝୀ, ଆଦିତ୍ୟ ବାଗ, ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବକ୍ତୃତା ପ୍ରତିଯୋଗିତା, କଣ୍ଠ ସଙ୍ଗୀତ ଚିତ୍ରଙ୍କନ, କବିତା ଲିଖନ ପ୍ରତିଯୋଗିତା ତିନୋଟି ବର୍ଗରେ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବାଳଗୋପାଳ ସେବା ନିକେତନ ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ ଓ ପାରିଚାଳକ ପିଣ୍ଟୁ ଗଉଡ଼ ମଧ୍ୟ ମଂଚାସୀନ ଥିଲେ। ଅନ୍ତେବାସୀ ମଙ୍ଗଳ ନାଏକ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅନ୍ତେବାସୀ ଯୋଗେନ୍ଦ୍ର ରାଉତ ପୁରସ୍କାର ବିତରଣ ଦାୟିତ୍ୱ ନିର୍ବାହ ଏବଂ ଅନ୍ତେବାସୀ ଟିକଚନ୍ଦ୍ର ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁଗୃହର ପାଞ୍ଚ ଜଣ ଅନ୍ତେବାସୀ ବାବୁଲା ମାଝୀ, ବସନ୍ତ ମାଝୀ, ମହେନ୍ଦ୍ର ପାତ୍ର, କୁନା ମାଝୀ ଓ ରଜନୀକାନ୍ତ ମାଝୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନାମ ଲେଖା ପାଇଁ ଚୟନ ହୋଇ ଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.