କାୟା ମେଳାଉଛା କରୋନା: ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୪ଜଣ ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୭୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧୨ ଜଣ କ୍ଵାରାଣ୍ଟିନରେ ଥିବା ବେଳେ ୫୬୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।‌ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ବରଗଡ଼ରୁ ୫୯, ଅନୁଗୁଳରୁ ୩୩, ବାଲେଶ୍ବରରୁ ୧୭, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୨, କଟକରୁ ୫୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୫, ଗଜପତିରେ ୮ ଜଣ, ଗଞ୍ଜାମରେ ୨୦ଜଣ, ଯାଜପୁରରେ ୨୫ଜଣ, ଜଗତସିଂହପୁରରେ ୯ଜଣ, ଝାରସୁଗୁଡ଼ାରେ ୫୨ ଜଣ, କଳାହାଣ୍ଡିରୁ ୪୫ଜଣ, କନ୍ଧମାଳରେ ୩, କେନ୍ଦ୍ରାପଡ଼ାରେ ୪ଜଣ, କେଉଁଝରରେ ୨୪ଜଣ, କୋରାପୁଟରେ ୮ ଜଣ, ମୟୁରଭଞ୍ଜରେ ୨୬ ଜଣ, ନବରଙ୍ଗପୁରରେ ୨୦ଜଣ, ନୟାଗଡ଼ରେ ୧୩, ନୂଆପଡ଼ାରେ ୧୩୫ ଜଣ, ପୁରୀରେ ୪୪ ଜଣ, ରାୟଗଡ଼ାରୁ ୪୭, ସମ୍ବଲପୁରରେ ୭୭ଜଣ, ସୋନପୁରରେ ୪ ଜଣ ଓ ଷ୍ଟେଟ ପୁଲରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।‌ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୪୮,୧୮୨। ଏମାନଙ୍କ ଭିତରୁ ୩, ୩୯,୨୦୦ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୦୦୩ଜଣ ସକ୍ରିୟ ଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.