ଡ଼ଃ. ବି.ଆର. ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା(ଗାନ୍ଧୀନଗର) ଠାରେ ଡ଼ଃ. ବି ଆର ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇ ଯାଇଛି। ଆମ୍ବେଦକର କ୍ଳବ ସଭାପତି ଗିରିଶ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରୁଣ ସୁନା, ମୁଖ୍ୟବକ୍ତା ଭାବେ ମଧୁସୂଦନ ନାଗ, ବିଜେପି ମଣ୍ଡଳ ସଭାପତି ସଞ୍ଜୟ ଜୈନ, ବରିଷ୍ଠ ସଦସ୍ୟ ଦଣ୍ଡପାଣି ନାଏକ, ଧର୍ମାନନ୍ଦ କୁମାର, ପ୍ରଭାକର କୁମାର, ତ୍ରିଭୁବନ ନାଗ, ମହେଶ ଚନ୍ଦ୍ର ସୁନା, ସଚ୍ଚିଦାନନ୍ଦ କୁମାର, ବରୁଣ ଛତ୍ରିଆ, ସଞ୍ଜୟ ସାହୁ, ଦୟାନିଧି ସାହୁ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପକାନ୍ତି କୁମାର, ଓ ପ୍ରଭାତି ଭୋଇ, ଗଭୀର ସୁନା , ପ୍ରମୁଖ ମଞ୍ଚାସିନ ଥିଲେ।

ଡ଼ଃ ବି.ଆର. ଆମ୍ବେଦକର ଏକ ସୃଜନଶୀଳ ପ୍ରତିଭା ସେ ଭାରତୀୟ ନୀତି ପ୍ରଣେତା, ରାଜନୈତିଜ୍ଞ, ଦାର୍ଶନିକ, ଅର୍ଥନୀତିଜ୍ଞ, ରାଷ୍ଟ୍ରନୀତିଜ୍ଞ ବୋଲି ମଞ୍ଚାସିନ ଅଥିତି ମାନେ ମତପ୍ରକାଶ କରିଥିଲେ।

ମଧୁ ସୁଦନ ମଞ୍ଚ ପରିଚାଳନା କରିଥିଲାବେଳେ ଅଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁରେନ୍ଦ୍ର ସିକଚାନ୍ଦ, ରାକେଶ କୁମାର, କୈଳାଶ କୁମାର, ପ୍ରବୀଣ କୁମାର, ପରୀକ୍ଷିତ ସିକଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.