ଆମ୍ବେଦକର ମିଶନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ

କାଶିପୁର: ରାୟଗଡା ଜିଲ୍ଲା କାଶିପୁର ବ୍ଲକର ତୋୟାପୁଟ ଆମ୍ବ ତୋଟା ଠାରେ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।କୋଭିଡ-୧୯କୁ ଦୃଷ୍ଟିରେ ରଖି ସେଠାରେ ଉପସ୍ଥିତଥିବା ସମସ୍ତ ସଦସ୍ୟଙ୍କୁ ପ୍ରଥମେ ସନିଟାଇଜର କରାଯିବାସହ ମାକ୍ସ ପ୍ରଦାନ କରାଯାଇଥିଲା।


ସଭାକାର୍ଯ୍ୟ ପ୍ରାରମ୍ଭରେ ବୁଦ୍ଧ ବନ୍ଦନା କରାଯିବାସହ ବାବା ସାହେବ ଆମ୍ବେଦକର ଓ ବୁଦ୍ଧଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା। ସଭାରେ ଉପସ୍ଥିତ ବୁଦ୍ଧିଜୀବୀ ମାନେ ବାବା ସାହେବଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଲୋକପାତ କରିଥିଲେ।


ଏହି ଅବସରରେ ଆମ୍ବେଦକର ମିଶନର ବୟୋଜେଷ୍ଠ ବୁଦ୍ଧିଜୀବୀମାନଙ୍କୁ ସମ୍ମାନିତ କରାଯାଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇ ଥିଲା। ଆମ୍ବେଦକର ମିଶନର ସଭାପତି ସୁବାଷ ନାୟକ, ଉପଦେଷ୍ଟା ଗଜେନ୍ଦ୍ର ନାୟକ ଓ ଅନ୍ୟ ବୁଦ୍ଧିଜୀବୀମାନେ ଶୃଙ୍ଖଳା ଭାବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେ।


ଅଞ୍ଚଳର ପ୍ରତ୍ୟେକ ଏସସି, ଏସଟି, ଓବିସି ଓ ସଂଖ୍ୟାଲଘୁ ସଂପ୍ରଦାୟ କିପରି ଭାବେ ଆମ୍ବେଦକରଙ୍କ ନିତି ଓ ଆଦର୍ଶ ବିଷୟରେ ଜାଣିପାରିବା ସହ ଅନୁପ୍ରାଣିତ ହେବେ ତାହା ହେଉଛି ଆମ୍ବେଦକର ମିସନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମିସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହାସହ ସଭାରେ କାଶିପୁର ସଂଗଠନକୁ ସୁଦୃଢ଼ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.