ରୁପ୍ରାରୋଡ ସାପ୍ତାହିକ ହାଟରେ କୋଭିଡ୍ ନିୟମ ଫୁ’

କଳାହାଣ୍ଡି: କରୋନାର ଦ୍ବିତୀୟ ଲହର ସଂଗିନ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏହାକୁ ପ୍ରତିହତ କରିବାକୁ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନ ମାନି ଚଳିବାକୁ ଜନ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଅନେକ ସ୍ଥାନରେ ଏହାର ଉଲ୍ଲଘଂନ ହେଉଥିବାରୁ କରୋନା ବେକାବୁ ସ୍ଥିତିକୁ ଗତି କରୁଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ସାପ୍ତାହିକ ହାଟରେ କୋଭିଡ୍ ନିୟମକୁ ଅଣଦେଖା କରାଯାଉଥିବା ପରିଲକ୍ଷିତ ହେଉଛି। ଆଜି (ବୁଧବାର) ରୁପ୍ରାରୋଡ ସାପ୍ତାହିକ ହାଟରେ ଗହଳି ପରିଲକ୍ଷିତ ହୋଇଛି। ଅନେକ ଅମାନିଆ ଲୋକ ଓ ବ୍ୟବସାୟୀ ମାସ୍କ ବ୍ୟବହାର କରିନଥିବାବେଳ କେତେକ ନାକ ତଳକୁ ମାସ୍କ ଖସେଇ ରଖିଥିଲେ। ଲୋକଙ୍କ ମଧ୍ୟରେ ସାମାଜିକ ଦୁରତ୍ଵ ନଥିବା ଦେଖିବାକୁ ମିଳଛି।


ଏହାସହ ଅନେକ ଜଳଖିଆ ଦୋକାନୀ ମାସ୍କ ବ୍ୟବହାର ନକରି ଖାଦ୍ୟ ପରିବେଷଣ କରୁଥିଲେ। ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଭିତରେ ଏକା ସାଙ୍ଗରେ ଅନେକ ଲୋକ ପ୍ରବେଶ କରିଥିଲେ ଯାହା ସଂକ୍ରମଣକୁ ଆମନ୍ତ୍ରଣ କରୁଛି। ଏଠାରେ ସୂଚନାଯୋଗ୍ୟ ଯେ, ବସ୍ତିରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅପ୍ରେଲ ୯ରୁ ଅପ୍ରେଲ ୧୬ ପର୍ଯ୍ୟନ୍ତ ରୁପ୍ରାରୋଡକୁ ସଟଡାଉନ ଘୋଷଣା କରାଯାଇଥିଲା। ତେବେ ବର୍ତ୍ତମାନ ସାପ୍ତାହିକ ହାଟ ଓ ଦୋକାନ ବଜାରରେ ଗହଳି ଲାଗି କୋଭିଡ୍ ନିୟମକୁ ଅଣଦେଖା କରାଯାଉଥିବାରୁ ସଚେତନ ଜନତାଙ୍କ ମଧ୍ୟରେ ଗଭିର ଚିନ୍ତା ପ୍ରକଟ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.