ଆଇଟିଡିଏ ପକ୍ଷରୁ କୃଷି ଯନ୍ତ୍ରପାତି ବଣ୍ଟନ ଓ ପ୍ରଶିକ୍ଷଣ ଶିବିର

ଲାଞ୍ଜିଗଡ: କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବାପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ବିଭିନ୍ନ ଅଞ୍ଚଳରେ ଅନେକ ସ୍ବେଛାସେବୀ ସଂସ୍ଥା କୃଷିର ଉନ୍ନତି ପାଇଁ ସହଯୋଗ ପ୍ରଦାନ କରିଆସୁଛନ୍ତି। ଏହାଦ୍ବାରା ଚାଷୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ। ଏହି କ୍ରମରେ ଲାଞ୍ଜିଗଡ ବ୍ଲକ ବନ୍ଧପରି ପଞ୍ଚାୟତ ରାଜେନ୍ଦ୍ରପୁରଠାରେ ଆଇଟିଡିଏ ଥୁଆମୂଳରାମପୁର ‘ମିଶନ ଜୀବିକା’ ଆନୁକୂଲ୍ୟରେ କୃଷି ଯନ୍ତ୍ରପାତି ବଣ୍ଟନ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।


ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦରବାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଲାଞ୍ଜିଗଡ ବ୍ଲକର ଏପିସି ମାଧ୍ୟମରେ କରାଯାଇଥିବା ଉତ୍ପାଦକ ଗୋଷ୍ଠୀ ମଧ୍ୟରୁ ୮ ଗୋଟି ସ୍ୱୟଂ ସହାୟକ ଦଳର ପ୍ରତିନିଧିମାନଙ୍କୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ବଣ୍ଟନ କରାଯିବା ସହିତ ଏହାର ପରିଚାଳନା ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା।


କାର୍ଯ୍ୟକ୍ରମରେ ବନ୍ଧପାରି ସରପଞ୍ଚ ସୁଶ୍ରୀ ଫୁଲମେ ମାଝୀ କିଭଳିଭାବେ କୃଷି ଯନ୍ତ୍ରପାତିର ସୁ ବିନିଯୋଗ କରି କୃଷି କ୍ଷେତ୍ର ପରିସୀମା ବର୍ଦ୍ଧିତ କରାଯାଇ ପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ହିରଣ୍ୟ ବାରିକ, ଜନସାହାଯ୍ୟ ସଂସ୍ଥାର ମାନସ ରଞ୍ଜନ ଗହୀର, ସୁରେନ୍ଦ୍ର ଦିଗାଲ, ଦେବାଶିଷ ପଣ୍ଡା, ସହଯୋଗୀ ସଂସ୍ଥା ପ୍ରଦାନର ସୁଶାନ୍ତ ସାହୁ ଓ ଆଲୋକ କୁମାର ସ୍ୱାଇଁ, ମନ୍ତନ ସଂସ୍ଥାର କପିଳାସ ପାତ୍ର ପ୍ରମୁଖ ଯୋଗଦେଇ କୃଷି ଯନ୍ତ୍ରପାତିର ସୁ ବ୍ୟବହାର ନିମନ୍ତେ ଦିଗ ଦର୍ଶନ ଦେଇଥିଲେ।କାର୍ଯ୍ୟକ୍ରମଟିକୁ ଆଇଟିଡିଏର ପ୍ରକଳ୍ପ ପରିଦର୍ଶକ ଅଭିନାଶ ମହାନ୍ତି ପରିଚାଳନା କରିଥିବାବେଳେ ଆଇଟିଡିଏର କୃଷି ବିଶେଷଜ୍ଞ ରବୀନ୍ଦ୍ର ନାଥ ଗୁମାନସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.