ପରଲୋକରେ ବିଶିଷ୍ଟ ଶିକ୍ଷକ ନେତା ଗୌରହରି ନାଏକ

କଳାହାଣ୍ଡି (କ୍ଷମାନିଧି ମହାକୁଡ଼): ବିଶିଷ୍ଟ ଶିକ୍ଷକ ନେତା, ବଳିଷ୍ଠ ସଂଗଠକ ଗୌରହରି ନାଏକଙ୍କ ଆଜି ଦେହାନ୍ତ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ହୋଇ ଭବାନୀପାଟଣା ଡାକ୍ତରଖାନା ଭର୍ତ୍ତି ହୋଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ। ବିଶାଖାପାଟଣା ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସ୍ବର୍ଗତ ନାଏକଜଣେ ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଓ ସାଙ୍ଗଠନିକ ଦକ୍ଷତାସମ୍ପନ୍ନ ବ୍ୟକ୍ତି ଥିଲେ। ଶିକ୍ଷକତାର ଖୋଳପା ଭିତରେ ସଂଗଠନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ। ସେ ଏଭଳି ଜଣେ ବ୍ୟକ୍ତିତ୍ୱ ହର୍ଷ-ବିଷାଦ, ସୁଖଦୁଃଖକୁ ଭ୍ରୁକ୍ଷେପ ନ କରି କର୍ମବୀର ଥିଲେ। ତାଙ୍କର ବିୟୋଗରେ ଶିକ୍ଷକ ସମାଜ ତଥା ସମାଜସେବାରେ ଏକ ଅପୁରଣୀୟ କ୍ଷତି ଘଟିଛି। ସ୍ବର୍ଗୀୟ ନାଏକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତ୍ୱତ ପାରିବାରକୁ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ବିଶିଷ୍ଟ ରାଜ୍ୟସ୍ତରୀୟ ଶିକ୍ଷକ ନେତା ପ୍ରଦୀପ କୁମାର ସାହୁ, ଜିଲ୍ଲା ସଂଗଠକ ଧନଞ୍ଜୟ ସାହୁ, ଭୃକୁଟି ଗଉଡ଼, ସୁଶୀଲ ପ୍ରଧାନ, ଧନଞ୍ଜୟ ପାଣିଗ୍ରାହୀ, ବରୁଣ ସୁନା, ଶିବ ନାଏକ, ପ୍ରଫୁଲ୍ଲ ଦାସ, ସିପ୍ରା ମହାପାତ୍ର, ସୌଦାମିନୀ ମିଶ୍ର, ବିଶ୍ୱଜିତ ରାଏ, ପ୍ରିୟରଞ୍ଜନ ପୁରୋହିତ, କରୁଣାକର ଚିନ୍ଦା, ସତ୍ୟନାରାୟଣ ରାଜପୁତ, ଏମ.ନାଗେଶ୍ୱର ରାଓ ଦୋରା, ଭାରତ ଭୂଷଣ ସାହୁ, ବିରେନ ପଣ୍ଡା, ଭବାନୀ ମାଝୀ, ମୁକୁନ୍ଦ ରେଡି, ବିରଞ୍ଚି ମୁଣ୍ଡ ପ୍ରମୁଖ ସମବେଦନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.