କରୋନାରେ ସମାଜସେବୀଙ୍କ ପରଲୋକ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ପଂଚାୟତ କୁଟୃପଲା ଗ୍ରାମର ସମାଜସେବୀ ଭୋଜରାଜ ପାତ୍ର(୬୦)ଙ୍କ ଦେହାନ୍ତ ହୋଇଯାଇଛି। ସେ କରୋନା ସଂକ୍ରମିତ ହୋଇ ବଲାଙ୍ଗିର କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସେଠାରେ ହିଁ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତେବେ ସ୍ୱର୍ଗତ ପାତ୍ର ମୋହନଗିରୀ ଏବଂ ସିଂହପୁର ଅଂଚଳର ଜଣେ ପରିଚିତ ବ୍ୟକ୍ତିତ୍ୱ ଥିଲେ। ସେ ପୂର୍ବରୁ ମୋହନଗିରୀ ସମବାୟ ସମିିତିର ସଭାପତି ରହିଥିବାବେଳେ ସଂପ୍ରତି ସିଂହପୁର ପଂଚାୟତର ବିଜେଡ଼ି ସଭାପତି ଭାବରେ ଦାୟିତ୍ୱ ସଂପାଦନ କରୁଥିଲେ। ଏଥି ସହିତ ଗାଁରେ ଏକ ମନ୍ଦିର କରି ପୂଜାର୍ଚ୍ଚନା କରୁଥିଲେ। ତାଙ୍କରି ବିୟୋଗରେ ସିଂହପୁର ସରପଂଚ ବିଦ୍ୟାଧର ପାତ୍ରଙ୍କ ସମେତ ଅଂଚଳବାସୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏଠାରେ ସୂଚନା ଥାଉ କି, କରୋନାରେ ମୋହନଗିରୀ ଓ ସିଂହପୁର ଅଂଚଳରେ ପ୍ରାୟ କୋଡ଼ିଏଜଣ ମୃତ୍ୟୁ ମୁଖରେ ପଡ଼ିସାରିଲେଣି। ତେଣୁ ଏହି ଅଂଚଳରେ କରୋନା ଟେଷ୍ଠିଂ ଆରମ୍ଭ କରିବାକୁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.