ଅଦିନିଆ ବର୍ଷାରେ ରାସ୍ତା ବେହାଲ: ବର୍ଷା ଦିନରେ କ’ଣ ହେବ?

କଳାହାଣ୍ଡି, (ହେମନ୍ତ ସାହୁ): କାଳ ବୈଶାଖୀର ପ୍ରଭାବରେ ହେଇଥିବା ଅଳ୍ପଟିକିଏ ବର୍ଷାରେ ରାସ୍ତାର ହାଲ ବେହାଲ ହେଇପଡ଼ିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ବି ବର୍ଷା ଦିନେ ଏହି ଗାଁର ଲୋକେ ଭୋଗିବେ ରାସ୍ତାର ଦୁର୍ଦ୍ଦଶା। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ପଂଚାୟତର ପଣ୍ଡାପଦର ରାସ୍ତା, ଯାହା ଅସରାଏ ବର୍ଷାରେ ସ୍ଥିତି ସଂଗୀନ। ତେବେ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ପରେ ବି କିଛି ସୁଫଳ ମିଳୁନଥିବା ଜଣାଯାଇଛି। ତେଣୁ ଆସନ୍ତା ବର୍ଷା ପୂର୍ବରୁ ରାସ୍ତା କାମ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ଏହି ଅଂଚଳଟି ସୀମାନ୍ତବର୍ତ୍ତୀ ଇଲାକା ହେଇଥିବାରୁ ଏହି ରାସ୍ତାଦେଇ ଲୋକେ ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀରକୁ ଯିବା ଆସିବା କରନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.