ପିଡିଏସ ଚାଉଳ ଆଣିବା ସମୟରେ ସାମାଜିକ ଦୂରତାକୁ ଅଣଦେଖା

କଳାହାଣ୍ଡି: ନର୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନ ଚାଲିଛି। ସେଥିମଧ୍ୟରୁ ଭାନପୁର ଏବଂ ବାଗପୁର ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଇଥିବା ହିତାଧିକାରୀମାନେ ନିଜ ନିଜ ଭିତରେ ସାମାଜିକ ଦୁରତା ରଖୁ ନଥିବା ପରିଲକ୍ଷିତ ହେଉଛି। କେତେକ ଅମାନିଆ ଠିକ୍ ଭାବରେ ମାସ୍କ ପିନ୍ଧୁ ନଥିବାରୁ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ତା’ର ପ୍ରକୋପ ଦେଖାଇ ଚାଲିଛି। ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକିବାକୁ ସାରା ରାଜ୍ୟରେ ୧୪ଦିନିଆ ଲକଡାଉନ ଜାରି ରହିଛି। ଏହି ସମୟରେ ସମସ୍ତେ ସଚେତନ ହୋଇ କୋଭିଡ ନିୟମ ପାଳନ କଲେ କରୋନାକୁ ପ୍ରତିହତ କରିହେବ। ଏଥିପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଅନେକ କ୍ଷେତ୍ରରେ ଲୋକଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ବିପଦ ଘନିଭୂତ ହେବାକୁ ଲାଗିଛି। ତେଣୁ ନିଜେ ସଜାଗ ହୋଇ ବ୍ୟବସ୍ଥିତ ଭାବେ ସାମାଜିକ ଦୂରତା ରଖି ପିଡିଏସ ସାମଗ୍ରୀ ଆଣିବାକୁ ନିବେଦନ କରିଛନ୍ତି ସଚେତନ ନାଗରିକ।

Udyog Nursery
Udyogi Nursery

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.