ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

କଟକ: ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ଉପକଣ୍ଠ ଇଶାଣୀବ୍ରହ୍ମପୁର ଓ ଶିର୍ଲୋ ପଞ୍ଚାୟତର ମଙ୍ଗଦେଇପୁର, ଖେଣ୍ଟାଳୋ, ଇଶାଣୀବ୍ରହ୍ମପୁର, ଜାହାନପୁର, ପଣ୍ଡାଢିଅ ଆଦି ବହୁ ଗ୍ରାମରେ ଥିବା ସମସ୍ତ ମନ୍ଦିର, ଦୋକାନ, ବୃଦ୍ଧାଶ୍ରମ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଆଦିରେ ବିଶୋଧନ କାର୍ଯ୍ୟ କରାଯିବାସହ ସଚେତନତା ପ୍ରଚାର ପତ୍ର ଓ ମାସ୍କ ବଣ୍ଟନ କରାଯାଇଛି। ଏହି ସେବା କାର୍ଯ୍ୟକ୍ରମକୁ ପରିଷଦର ଶରତ ସେଠୀ, ସୁରେଶ ଭୋଇ, ପ୍ରତାପ ଭୋଇ, ପ୍ରକାଶ ଭୋଇ, ହେମନ୍ତ ବେହେରା, ସଂଜୀବ ବାରିକ, ଅଚୁତ ଭୋଇ ସରୋଜ ବାରିକ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ବିଶୋଧନ କାର୍ଯ୍ୟକ୍ରମସହ ଜନସଚେତନତା ଜାରୀ ରଖିବାକୁ ସଂଗଠନର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.