କୋଭିଡ୍ ଡ୍ୟୁଟି ନକରିବାକୁ ଆଶାକର୍ମୀ ସଂଘର ନିଷ୍ପତ୍ତି: ବିଡ଼ିଓ ଏବଂ ମେଡିକାଲ ଅଫିସରଙ୍କୁ ଦେଲେ ଦାବିପତ୍ର

କଳାହାଣ୍ଡି: ମହାମାରୀ କରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଟିକିଏ ଅସତର୍କ ହେଲେ ସଂକ୍ରମଣ ମାଡି ବସିବା ଥୟ। ତେବେ ଏପରି ଘଡିସନ୍ଧି ମୁହୁର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ବିଭାଗୀୟ ନିର୍ଦେଶ ଅନୁଯାଇ ପ୍ରତ୍ୟେକ କାର୍ଯ୍ୟ ସଂପାଦନା କରି ଆସୁଛନ୍ତି ଆଶା କର୍ମୀ। ପୁଣି ବିଗତ ଦୀର୍ଘ ବର୍ଷ ହେଲା ଅତି କମ୍ ପ୍ରୋତ୍ସାହନ ରାଶି ପାଇ ବି ମାସ ସାରା ବିଭିନ୍ନ ଦାୟିତ୍ୱ ସମ୍ପାଦନ କରୁଛନ୍ତି। କିନ୍ତୁ ସେମାନଙ୍କ ପାଇଁ ସ୍ଥାୟୀ ବେତନ ବ୍ୟବସ୍ଥା ନାହିଁ କି ଚାକିରୀର ସୁରକ୍ଷା ମଧ୍ୟ ନାହିଁ।

Omkar Vasthu
Omkar Vasthu


ଏପରିକି ଜୀବନବିମାର ବ୍ୟବସ୍ଥା କରିନାହାନ୍ତି ସରକାର। ତେଣୁ ଆଶାକର୍ମୀ ସଂଘ ଦୀର୍ଘବର୍ଷ ହେଲା କରିଆସୁଥିବା ଦାବି ପ୍ରତି ସରକାର ପଦକ୍ଷେପ ନନେଲେ କୋଭିଡ ଡ୍ୟୁଟି କରିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜି କର୍ଲାମୁଣ୍ଡା ବ୍ଲକ ଆଶାକର୍ମୀ ସଂଘ ସଭାନେତ୍ରୀ ବବିତା ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଡ଼ିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ମେଡିକାଲ ଅଫିସରଙ୍କ ଅନୁପସ୍ଥିତରେ ଡ଼ା. ଆଶିଷ ଧରୁଆ ଏବଂ ବ୍ଲକ ଅଧ୍ୟକ୍ଷ ଅରବିନ୍ଦ ଚୌଧୁରିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.