ମ.ରାମପୁର ନୂତନ ବିଡ଼ିଓ ଭାବେ ଯୋଗଦେଲେ ଉତ୍ତମ କୁମାର ବାଗ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ବ୍ଳକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଉତ୍ତମ କୁମାର ବାଗ ଯୋଗଦାନ କରିଛନ୍ତି। ଆଜି ସେ ବ୍ଲକ କାର୍ଯ୍ୟାଳୟକୁ ଆସି ଯୋଗଦେଇଥିବାବେଳେ ପୂର୍ବରୁ ଏଠାରେ ଥିବା ବିଡ଼ିଓ ରୁମାନା ଜାଫ୍ରି ନୂତନ ବିଡ଼ିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନୂତନ ବିଡ଼ିଓ ଶ୍ରୀ ବାଗ ଏଥି ପୂର୍ବରୁ ଖଡ଼ିଆଳ ବ୍ଲକ ବିଡ଼ିଓ ଭାବରେ କାର୍ଯ୍ୟ ସଂପାଦନ କରୁଥିବାବେଳେ ଏଠାରେ ଥିବା ବିଡ଼ିଓ ରୁମାନା ଜାଫ୍ରିଙ୍କୁ ଖୋର୍ଦ୍ଧା ବଦଳି ହେଇଥିବା ଜଣାଯାଇଛି। ତେବେ ନୂତନ ବିଡ଼ିଓଙ୍କ ଯୋଗଦାନ ବେଳେ ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ସେ ଜନସାଧାରଣଙ୍କ ସହଯୋଗରେ ମ.ରାମପୁର ବ୍ଲକର ଉନ୍ନତିକଳ୍ପେ ବଦ୍ଧପରିକର ହେଇ କାର୍ଯ୍ୟ କରିବେ ବୋଲି କହିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.