ମାରୱାଡି ଯୁବା ମଂଚ ପକ୍ଷରୁ ମାଗଣା ଅକ୍ସିଜେନ ସେବା ଆରମ୍ଭ

କୋଭିଡ ସମୟରେ ରକ୍ତର ଅଭାବକୁ ଦୁର କରିବା ପାଇଁ ଆୟୋଜିତ ହେଲା ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ସୋନପୁର, (ବର୍ଦ୍ଧମାନ ଜୈନ): କୋରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକତା ବଢବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମାଗଣା ଅକ୍ସିଜେନ ସେବା ଆରମ୍ଭ କରିଛି ସୁବର୍ଣ୍ଣପୁର ଜିଲ୍ଲା ମାରୱାଡି ଯୁବା ମଂଚ। ଜିଲ୍ଲାରେ ଅକ୍ସିଜେନ ସମସ୍ୟାକୁ ଦୂର କରିବା ପାଇଁ ଏହା ସହାୟକ ହେବ ବୋଲି ଯୁବା ମଂଚ ଆଶା ପ୍ରକଟ କରି ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି।


ସ୍ଥାନୀୟ ଅଗ୍ରସେନ ଭବନଠାରେ ଆବଶ୍ୟକତା ଅନୁଯାୟୀ ଅକ୍ସିଜେନ ସିଲିଣ୍ଡର ମହଜୁତ ରହିବା ସହିତ କର୍ମକର୍ତାମାନଙ୍କ ମୋବାଇଲ ନମ୍ବର ଜାରି କରାଯାଇଛି। କରୋନାରେ ଗୁରୁତର ହୋଇଥିବା ରୋଗୀଙ୍କ ପାଇଁ ଆବଶ୍ୟକତା ପଡିଲେ ଫୋନ କିମ୍ବା ସିଧାସଳଖ ଯୋଗା ଯୋଗ କଲେ ତାଙ୍କୁ ମାଗଣା ଯୋଗାଇ ଦିଆଯିବ ବୋଲି ଯୁବା ମଂଚ ପକ୍ଷରୁ ସୂଚନା ଦିଆଯାଇଛି।


ଏହି ସେବାକୁ ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଯୁବା ମଂଚ ତରଫରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବର୍ତମାନ କୋଭିଡ ସମୟରେ ରକ୍ତର ଅଭାବକୁ ଦୁର କରିବା ପାଇଁ ଏହି ଶିବିର ଆୟୋଜନ କରାଯାଇଥିବା ମଂଚ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.