ଜୁନ ୧ ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି, କମିଲା ପନିପରିବା କିଣିବା ସମୟ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ବ୍ରେକ ଦେବାପାଇଁ ରାଜ୍ୟ ସରକାର ସେ ୫ରୁ ୧୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ। ଆସନ୍ତାକାଲି ଏହାର ଅବଧି ସରିବାକୁ ଯାଉଥିବାବେଳେ ଜୁନ୍ ୧ ପର୍ଯ୍ୟନ୍ତ ସରକାର ଲକଡାଉନ ବଢ଼ାଇ ଦେଇଛନ୍ତି। ଜୁନ ୧ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ପୂର୍ବବତ୍ ସପ୍ତାହାନ୍ତ ସଟଡାଉନ ଜାରି ରହିବ। ସୂଚନା ଅନୁସାରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ମହଲତକୁ କମାଇ ଦିଆଯାଇଛି। ପୂର୍ବରୁ ଏହି ସମୟସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି। ଫଳରେ ଲୋକଙ୍କୁ ପନିପରିବା ଓ ଗ୍ରୋସରୀ ସାମାନ କିଣିବା ପାଇଁ ମାତ୍ର ୪ ଘଣ୍ଟା ସମୟ ମିଳିବ। ପୂର୍ବଭଳି ଲୋକେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିବେ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.