ବିଶ୍ୱ ପରିବେଶ ଦିବସରେ ବୃକ୍ଷପୂଜା ଓ ବୃକ୍ଷରୋପଣ

କଳାହାଣ୍ଡି, (ହେମନ୍ତ ସାହୁ): ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ସେବାଜଗତ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ହରିଶ୍ଚନ୍ଦ୍ରପୁର ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହେଇଯାଇଛି ।


ଏହି ଅବସରରେ ପ୍ରକୃତିର ପୂଜା ସ୍ୱରୂପ ଏକ ବୃକ୍ଷକକୁ ପୂଜାର୍ଚ୍ଚନା କରାଯାଇ ସାମାଜିକ ଦୂରତା ସହିତ ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା । ମୃତ୍ତିକା ସଂରକ୍ଷଣ ବିଭାଗର ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଲାତରା ସରପଂଚ ଦୁଶିଳା ବେହେରା, ସେବାଜଗତ ତରଫରୁ ସୁନୀତା ତାଣ୍ଡି , ଶଙ୍କର ସୁନା ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ପରିବେଶ ଦିବସ ଉପରେ ବକ୍ତବ୍ୟ ରଖିଥିଲେ ।


ଏହି ଅବସରରେ ସୁଦାମ ରଣା ଏବଂ ଯାଜ୍ଞ ବିଶିଙ୍କୁ ବୃକ୍ଷରୋପଣ କରି ସଫଳ ହେଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତ ସମସ୍ତ ପ୍ରତିଭାଗୀ ଆଜି ନିଜେ ଅନ୍ୟୁନ୍ୟ ପାଂଚଟି ଲେଖାଏଁ ଗଛ ଲଗାଇବା ପାଇଁ ଶପଥ ପାଠ କରିଥିଲେ । ସଭାକାର୍ଯ୍ୟ ପରେ ବୃକ୍ଷରୋପଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ହରିଶ୍ଚନ୍ଦ୍ରପୁର ଗ୍ରାମବାସୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.