ଗୁଣ୍ଡୁରୀ ପଞ୍ଚାୟତରେ ବାଘ ଆତଙ୍କ : ୧୧ଟି ଗାଁରେ ଭୟର ବାତାବରଣ ; ବାଘ ଭୟରେ ପିଲାଙ୍କ ସ୍କୁଲ ବନ୍ଦ

କଳାହାଣ୍ଡି,୧୭/୨: ଲାଞ୍ଜିଗଡ ବ୍ଲକ ସଦର ଥାନା ଅନ୍ତର୍ଗତ ଗୁଣ୍ଡରୀ ପଞ୍ଚୟତର ୧୧ଟି ଗାଁ ଲୋକେ ବାଘ ଭୟରେ ଆତଙ୍କିତ ହୋଇ ପଡିଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଆଜିକୁ ୧୬ଦିନ ହେଲା ଲାଞ୍ଜିଗଡ ବ୍ଲକ ଗୁଣ୍ଡରୀ ପଞ୍ଚୟତରେ ଏକ କଲରାପତରିଆ ବାଘ ପଞ୍ଚୟତତର ସାତ କିମି ଅଂଚଳରେ ଥିବା ୧୧ଟି ଗାଁ ନାନ୍ଦକଣା, ସିଦ୍ଦାଖୁଟି, ଜାମକଣା, କାଵାଗେଞୁ, ଵାତୁଆ, ପିରୁଲ, କାରଲି, ଅଢ଼ଶତୁଳା, ଲେହେଡା, ଵନପେନୁ ଓ ଗୁଣ୍ଡରୀ ଅଞ୍ଚଳରେ ପ୍ରଥମେ ୧୬ଦିନ ତଳେ ଲେହେଡା ଗାଁର ୨ଟି ଛେଳି, ବାତୁଆ ଗାଁର ଛେଳି ଓ ଗାଈ, ଶୁକ୍ରବାର ନାନ୍ଦକଣା ଗାଁର ମହେଶ୍ୱର ନାଗଙ୍କ ଗାଈକୁ ବାଘ ଖାଇଥିବା ଦେଖିକି ଗୁଣ୍ଡରି ଅଞଳବାସୀ ଭୟଭୀତ ହୋଇ ପଡିଛନ୍ତି।

Omkar Vasthu
Omkar Vasthu

ଯାହା ଫଳରେ ଛେଳି ଓ ଗାଈ ଚରାଉଥିବା ଲୋକ ବାଘକୁ ଦେଖିକି ଭୟଭୀତ ହୋଇ ପଡି ଶନିବାର ଭବାନୀପାଟଣା ବନବିଭାଗ ଠାରେ ଜଣାଇ ଥିଲେ। ଖବର ପାଇ ବନରକ୍ଷୀ ବିଷ୍ଟୁ ପୁଷ୍ଟି ଘଟଣା ସ୍ଥଳକୁ ଆସି ବାଘ ଖାଇଥିବା ଗାଈକୁ ଦେଖିଥିଲେ। ବାଘ ଭୟରେ ଆଜିକି ୧୬ଦିନ ହେଲା ଛାତ୍ର ଛାତ୍ରୀଙ୍କ ସ୍କୁଲ ଯିବା ବନ୍ଦ ହେବା ସଙ୍ଗେସଙ୍ଗେ ଗାଈ ଛେଳି ଚରାଇବା ସମ୍ଭବ ହେଉନି ବୋଲି ଗ୍ରାମବାସୀ କହିଛନ୍ତି। ଏଣୁ ଘୁରି ବୁଲୁଥିବା ବାଘ ଠାରୁ କିପରି ମୁକ୍ତି ପାଇବେ ବନ ବିଭାଗଙ୍କୁ ଜଣାଇଛନ୍ତି।ବାଘ ହିଂସ୍ର ହୋଇ ବୁଲୁଥିବା ଦେଖି ମଣିଷ ଉପରେ ଆକ୍ରମଣ କରି ପାରେ ବୋଲି ଭୟଭୀତ ହୋଇ ପଡିଛନ୍ତି ଅଞ୍ଚଳବସି । ଏହି ବାଘ ଆତଙ୍କରୁ ଶୀଘ୍ର ଅଞ୍ଚଳବାସୀଙ୍କୁ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.