ଠକି ଦେଲା ଠିକାଦାର: ନିଜସ୍ବ ଉଦ୍ୟମରେ ଜମିକୁ ପାଣି ନେବାକୁ ଚେଷ୍ଟା ଚଳାଇଛନ୍ତି ଚାଷୀ

କଳାହାଣ୍ଡି, ୧୯|୮ (ନିରଞ୍ଜନ ଗଉଡ଼): ଲାଞ୍ଜିଗଡ ବ୍ଲକ ମୁଣ୍ଡଗାଁ କଟକିନାଲା ଠାରୁ ପିପଳପଡ଼ା ପର୍ଯ୍ୟନ୍ତ ଚାଷ ଜମିକୁ ଜଳସେଚିତ କରିବା ପାଇଁ ନର୍ଲା କ୍ଷୁଦ୍ର ଜଳ ସେଚନ ବିଭାଗ ତରଫରୁ ୧୩ କିଲୋମିଟର ପର୍ଯ୍ୟନ୍ତ କେନାଲ‌ ନିର୍ମାଣ ହୋଇଛି। ଏହି କେନାଲ ମାଧ୍ୟମରେ ମୁଣ୍ଡlଗାଁ, କାମର୍ଦ୍ଧା, ଗାନ୍ଧରବାରୁ, ମସ୍କାଗୁଡା ଗ୍ରାମର ଚାଷ ଜମି ଜଳସେଚିତ ହେଉଥିବା ବେଳେ ପ୍ରାୟ ତିନି କିଲୋମିଟର କେନାଲ କାମ ଅଧାପନ୍ତରିଆ ରହିଥିବାରୁ ପିପଲପଡା ଗ୍ରାମର ଚାଷ ଜମିକୁ ଏ ପର୍ଯ୍ୟନ୍ତ ପାଣି ପହଁଞ୍ଚି ପାରୁନାହିଁ। ଠିକାଦାର କାମ ଅଧାରେ ଛାଡ଼ି ଚାଲି ଯାଇଥିବାରୁ ଚାଷୀମାନେ ନିରାଶ ହୋଇ ପଡ଼ିଥିଲେ। ଚାଷୀ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସହ ପ୍ରାୟ ୩୦ଜଣ ଚାଷୀ ପ୍ରକାଶ କରିଛନ୍ତି ଯେ, “ସଂପୃକ୍ତ ଠିକାଦାର ଜୁନ୍ ୧୫ ସୁଦ୍ଧା ଆପଣମାନଙ୍କ ଚାଷ ଜମିରେ ଜଳ ସେଚିତ ହେବବୋଲି କହିଥିଲେ। କିନ୍ତୁ ସେ କାମ ନକରି ଚାଲି ଯାଇଥିଲେ। ଠିକାଦାର ଠକି ଚାଲିଯାଇଥିବାରୁ ଖରିଫ ଚାଷ ସମୟରେ ମଧ୍ୟ ଏହି କେନାଲ ଆମର କୈାଣସି କାମରେ ଲାଗିଲା ନାହିଁ। ତେଣୁ ବର୍ତ୍ତମାନ ମରୁଡ଼ି ପରିସ୍ଥିତିକୁ ଆଖି ଆଗରେ ରଖି ଆମ୍ଭମାନେ ନିଜ ନିଜ ମଧ୍ୟରେ ୧୫ରୁ ୨୦ହଜାର ଟଙ୍କା ଆଦାୟ କରି ଜେସିବି ଦ୍ୱାରା କେନାଲ କାମ କରି ଚାଷ ଜମିକୁ ପାଣି ନେବାକୁ ଚେଷ୍ଟା ଚଳାଇଛୁ।” ଏ ବିଷୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ – ବର୍ତ୍ତମାନ ବର୍ଷା ଦିନ ପାଇଁ କାମ ବନ୍ଦ ଅଛି। କାର୍ଯ୍ୟ ପାଇଁ ଟେଣ୍ଡର ହୋଇ ଯାଇଛି। ଆସନ୍ତା ଡ଼ିସେମ୍ବର ମାସରେ କାର୍ଯ୍ୟ ଆରମ୍ଭ ହୋଇଯିବ ଏବଂ ଚାଷୀମାନେ ବର୍ତ୍ତମାନ ଯେଉଁ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ବିଲ୍ କରି ସେମାନଙ୍କୁ ଫେରାଇବାକୁ ଚେଷ୍ଟା କରିବି ବୋଲି ମତ ପ୍ରକାଶ କରିଛନ୍ତିି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.