ରାୟଗଡା କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଦିବଂଗତ ସାମ୍ବାଦିକ ଅରନ୍ଦିମ ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାୟଗଡା, (ଶିବ ନାରାୟଣ ଗୈାଡ): ଦିବଂଗତ ସାମ୍ବାଦିକ ଅରନ୍ଦିମ ଦାଶଙ୍କ ଅକାଳ ବିୟୋଗକୁ ନେଇ ରାୟଗଡାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଓ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇ ଯୁବ ଉଦୀୟମାନ ସାମ୍ବାଦିକ ଅରିନ୍ଦମଙ୍କ ଫୋଟ ଚିତ୍ରରେ ପୁଷ୍ପ, ଦୀପଧୂପ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳି ଞାପନ ପୂର୍ବକ ଦିବଂଗତ ଅରିନ୍ଦମଙ୍କ ନିର୍ଭୀକତା, ସାହିିସିକତା ଓ ନିରପେକ୍ଷତା ସାମ୍ବାଦିକତା ଜୀବନୀ ଉପରେ ସଂକ୍ଷେପରେ ବକ୍ତବ୍ୟ ରଖିବା ସହ ଜିଲ୍ଳାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ ବେଳେ ସୁରକ୍ଷିତ ରହି ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

Omkar Vasthu
Omkar Vasthu


ଗତକାଲି ମୁଣ୍ଡୁଳିର ମହାନଦୀରେ ଫସିଥିବା ଏକ ହାତୀକୁ ଉଦ୍ଧାର ପାଇଁ ଯାଉଥିବା ଓଡ୍ରାଫ୍ ବୋଟରେ ଓଟିଭିର ଦୁଇ ଗଣମାଧ୍ୟମ ପ୍ରତିନିଧି ଅରନ୍ଦିମ ଦାସ ଓ କ୍ୟାମେରାମ୍ୟାନ୍ ଯାଇଥିଲେ । ମହାନଦୀରେ ବୋଟ ଓଲଟି ପଡିବା ଯୋଗୁଁ ଭାସି ଯାଇଥିଲେ ଅରିନ୍ଦମ । ଆଉ ଦୁର୍ଭାଗ୍ୟବଶତଃ ଅରନ୍ଦିିମଙ୍କ ଅକାଳ ବିୟୋଗ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ୟ ସ୍ତବ୍ଧ ହୋଇପଡିଥିଲା । ଏହି କ୍ରମରେ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଅନୁଷ୍ଠିତ ଶୋକ ସଭାରେ ରାୟଗଡାର କାର୍ଯ୍ୟରତ ସାମ୍ବାଦିକ ବୃନ୍ଦ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଂଜଳି ପୂର୍ବକ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ରାୟଗଡାର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା’, ରଂଜନ ରଥ, ପ୍ରେସ୍ କ୍ଳବ ସଭାପତି ରାଜେଶ ପଟ୍ଟନାୟକ, ଏସୟୁଜେ ସାମ୍ବାଦିକ ସଂଘ ରାୟଗଡା ଜିଲ୍ଳା ଶାଖା ସଭାପତି ଶିବ ନାରାୟଣ ଗଉଡ, ରାୟଗଡା ଜିଲ୍ଳା ପ୍ରେସ୍ ୟୁନିୟନ ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟ, ପ୍ରେସ୍ ୟୁନିୟନ କାର୍ଯ୍ୟକାରୀ ସଭାପତି ସୁରେଶ କୁମାର ଦାଶ, ଗୋପରଂଜନ ବକ୍ସିପାତ୍ର, ରଶ୍ମିରଂଜନ ଦୋରା, ଅଜୟ ରଥ, ଦୟାନନ୍ଦ ଖାଡଙ୍ଗା, ଅମଜଦ୍ ଅଲ୍ଳୀ, ବି.ଭି. ରାମଣା, ସଂଗ୍ରାମ ପଟ୍ଟନାୟକ, ସହଦେବ ସାହୁ, ସରୋଜ ସାହୁ, ସୁଶାନ୍ତ ପ୍ରଧାନ, ସ୍ମୃତି ରଂଜନ ମହାନ୍ତି, ସୁରେଶ ମିଶ୍ର, ଗୈାରୀ ଶଙ୍କର ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଓଟିଭି ରାୟଗଡା ପ୍ରତିନିଧି ମନୋଜ କୁମାର ପାତ୍ର ପରିଚାଳନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.