୰ ଅରିନ୍ଦମ ଦାସଙ୍କୁ କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

କେସିଙ୍ଗା, (ବର୍ଦ୍ଧମାନ ଜୈନ): ସ୍ଥାନୀୟ ଏନଏସି ଅତିଥି ଭବନ ଠାରେ କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା ଓ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସଭାରେ ଓଟିଭିର ମୁଖ୍ୟ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ଚନ୍ଧ୍ରମଣି ସ୍ବାଇଁ, ଡମ୍ବରୁଧର ଭୋଇ, ବିନୋଦ ଜୈନ, ମହମ୍ମଦ ଆଘାଜାନ, ପିୟୁସ ପଟେଲ,ସୁରେଶ ଜୈନ,ବଲରାମ ନାଏକ, ଯଯାତି କେଶରି ଦେଓ, ଗୋପାଲ ଶର୍ମା, ଅର୍ଜୁନ ପୋଢ ପ୍ରମୁଖଙ୍କ ସହ ସଂଘର ସମସ୍ତ ସାମ୍ବାଦିକ ବନ୍ଧୁ ଉପସ୍ଥିତ ରହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଓଡ଼ିଶାର ଜଣେ ଉଦୀୟମାନ ସାମ୍ବାଦିକ ଅରିନ୍ଦମ ଦାସ। ତାଙ୍କ ଆବର୍ତ୍ତମାନରେ ସାରା ଓଡିଶାର ସାମ୍ବାଦିକ ଜଗତ ଓ ବିଭିନ୍ନ ମହଲରେ ଶୋକର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.