ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଜଂଳି

କଟକ, (ଚକ୍ରବର୍ତ୍ତୀ ଓତା): ଓଟିଭିର ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମ ସିପାହୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁରେ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅମର ଆତ୍ମାର ସଦ୍ଗଗତି ନିମନ୍ତେ ବୟାଳିଶମୌଜା ବେଣ୍ଟକାର ଫାଣ୍ଡି ଠାରୁ ବେଣ୍ଟକାର ବଜାର ପରିକ୍ରମା କରି ଭଜଗୋବିନ୍ଦ ପିଠସ୍ଥଳି ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଣ୍ଟକାର ଫାଣ୍ଡି ଅଧିକାରୀ ଜୟକୃଷ୍ଣ ବେହେରା ଓ ଅନ୍ୟମାନେ ସହଯୋଗ କରିବାସହ, ପରିଷଦ ପକ୍ଷରୁ ଆନ୍ଦ ବେହେରା, ଅନିଲ୍ ମହାପାତ୍ର, ଅସିମ ଦାସ, ଅଭିରାମ ଦଳାଇ, ଗାନ୍ଧୀଗୁରୁ ଦାସ, ଦେବୀ ପ୍ରସାଦ ପତି, ବିରଜା ଭୂଷଣ ପତି, ଜୟନ୍ତୀ ସାହୁ, ବିଜୟ ସ୍ବାଇଁ, ପ୍ରସନ୍ନ ବେହେରା, ବିକାଶ ବେହେରା, ସୁରେଶ ପ୍ରଧାନ, ପ୍ରକାଶ ହାତୀ, ସାହିଲ ପ୍ରଧାନ, ସରୋଜ ବେହେରା, ଶରତ ଭୋଇ, ସମୀର ରାହୁଳ, ତ୍ରିନାଥ ପ୍ରସାଦ ସେଠୀ, ସିଙ୍କୁଲୁ ରାହୁଳ, ବିଶ୍ୱ ରଞ୍ଜନ ସେଠୀ, ସୂଜିତ ବେହେରା, ସାଗର ବେହେରା, କାଳନ୍ଦୀ ଭୋଇ, ସୁଜିତ ସେଠୀ, ଅଜିତ ବେହେରା, ମନୋଜ ମହାନ୍ତି, ସୋନୁ ମହାନ୍ତି, ଶିବ ପ୍ରସାଦ ଜେନା ପ୍ରମୁଖ ସଭ୍ୟ ବର୍ଗ ଉପସ୍ଥିତ ରହି ଶୋକ ପ୍ରାର୍ଥନା କରିଥିଲେ । ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଦୁଃଖବ୍ୟକ୍ତ ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.