ବଡ଼ଚେରଗାଁ ପେକ୍ସରେ ଶସ୍ୟ ବୀମା ରାଶିକୁ ନେଇ ଚଞ୍ଚକତା ଅଭିଯୋଗ

● ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ କଲେ ଚାଷୀ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ) : ଗୋଲାମୁଣ୍ଡା ସମବାୟ ସମିତି ଅଧିନସ୍ଥ ବଡ଼ଚେରଗାଁ ପେକ୍ସରେ ଶସ୍ୟ ବୀମା ଯୋଜନାରେ ବିଭ୍ରାଟକୁ ନେଇ ତେଜିଲା ଜନ ଅସନ୍ତୋଷ । ପ୍ରାପ୍ତ ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁର ଚାଷୀ ମାନେ ଆର୍ଥିକ ବର୍ଷ ୨୦୨୦ ରେ ଫସଲବୀମା ରାଶି ସେହି ଗାଁ ର ପେକ୍ସରେ ପୈଠ କରିଥିଲେ । ଆର୍ଥିକ ବର୍ଷ ୨୦୨୦ରେ ଗୋଲାମୁଣ୍ଡା ବ୍ଲକରେ ଭୟାବହ ମରୁଡି ପରିସ୍ଥିତି ଦେଖାଦେଇଥିଲା । ସେହି ପରିପ୍ରେକ୍ଷୀରେରେ ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ଅଞ୍ଚଳର ଚାଷୀ କୂଳ ଧାର କରଜ କରି ପେକ୍ସରେ ମରୁଡି ବୀମା ପୈଠ କରିଥିଲେ । ହେଲେ ଆଜକୁ ଗୋଟିଏ ବର୍ଷ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କୁ ଶସ୍ୟ ବୀମା ରାଶି ଧାର୍ଯ୍ୟ ପରିମାଣରେ ମିଳିପାରିନାହିଁ । ଚାଷୀ ମାନଙ୍କ ଅଭିଯୋଗରୁ ଜଣାଯାଏ ଯେ ୨୦୨୦ ଆର୍ଥିକ ବର୍ଷ ଳରେ ସରକାର ଙ୍କ ଘୋଷଣା ମୁତାବକ ୫୭ପ୍ରତିଶତ ବଡ଼ଚେରଗାଁକୁ ଘୋଷଣା କରାଯାଇଥିଲା ହେଲେ ସେହି ହିସାବ ମୁତାବକରେ ଚାଷୀ ମାନଙ୍କୁ ଏପର୍ଯ୍ୟନ୍ତ ଶସ୍ୟ ଫସଲ ବୀମା ରାଶି ମିଳିପାରିନାହଁ ଅନ୍ୟପଟେ ପେକ୍ସ କର୍ମଚାରୀ ମାନେ ଚାଷୀଙ୍କୁ ବିଭିନ୍ନ ଆଳ ଦେଖାଇ ଆପଣଙ୍କର ବୀମା ରାଶି ହୋଇପାରିନାହିଁ ବୋଲି ଦୀର୍ଘ ୧ବର୍ଷ ପରେ ଟଙ୍କା ଫେରସ୍ତ କରୁଛନ୍ତି । ଯାହାକୁ ନେଇ ପେକ୍ସ କର୍ମଚାରୀ ଓ ସମବାୟ ସମିତି ଗୋଲାମୁଣ୍ଡାର ଦୁର୍ନୀତି ଜଳ ଜଳ ହୋଇ ଦେଖାଦେଇଛି ।


ଗୋଲାମୁଣ୍ଡା ବ୍ଲକର ବଡ଼ଚେରଗାଁ ଗ୍ରାମପଞ୍ଚାୟତକୁ କ୍ରପ କଟିଂ ମାଧ୍ୟମରେ ବୀମା କମ୍ପାନୀ ୫୭ଶତକଡା ଯାଏଁ ଚାଷୀଙ୍କୁ ପ୍ରଦାନ କରିବା ପାଇଁ ସରକାର ଙ୍କୁ ରିପୋର୍ଟ ଦେବାପରେ ସରକାର ୫୭ଶତକଡା ଘୋଷଣା କରିଥିଲେ । କିିନ୍ତୁ ଘୋଷଣା ହୋଇଥିବା କୃଷି ଶସ୍ୟ ବୀମା ରାଶି ଚାଷୀଙ୍କୁ ପ୍ରଦାନ କରିବାରେ ପେକ୍ସର ସଂପାଦକ ଓ ବ୍ୟାଙ୍କ ମ୍ୟାନେଜର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଶସ୍ୟ ବୀମା ରାଶିକୁ ବାଟମାରଣା କରି ହଡପ କରିବାକୁ ଯୋଜନା କରାଯାଇଛି । ଫସଲ ବୀମା ପ୍ରଦାନରେ ସଂପାଦକ ଆକ୍ରୋଶ ମନୋଭାବ ରଖି ଚାଷୀଙ୍କୁ ଅସୁବିଧାରେ ପକାଉଛନ୍ତି । ସଂପାଦକଙ୍କ ଟାଳଟୁଳ ନୀତି ପାଇଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଉଛି । ଯାହାରି ଫଳରେ ୧ବର୍ଷ ବିତି ଯାଇଥିଲେ ସୁଦ୍ଧା ଶସ୍ୟ ବୀମା ରାଶି ମିଳିପାରିନାହଁ । ଏନେଇ ସେହି ଗ୍ରାମର ଚାଷୀ ଦେବରାଜ ମହାନ୍ତି, କୁନୁ ବାଗ, ହର ଭୋଇ, ଗଣେଶ୍ୱର ଭୋଇ, କେତାନ ବାଗ, ଲାଲୁ ଭୋଇ, ଚୈତନ୍ୟ ଭୋଇ, ନାଥ ଭୋଇ, ଅଶ୍ୱିନ ସା, ଉଦ୍ଧବ ଶବର, ଚକ୍ରଧର ଭୋଇ, ଅରୁଣ ଭୋଇ, ପ୍ରଶାନ୍ତ ଭୋଇ, ମଥୁରା ସା, ଦୁର୍ବାଶ ନାଗ, ସାନେ ତାଣ୍ଡି, ରଂଜନ ସା, ଉପେନ୍ଦ୍ର ସା, ନିଳାମ୍ବର ବାଗ, ସନ୍ୟାସି ବାଗଙ୍କ ସମେତ ଶତାଧିକ ଚାଷୀ ତୁରନ୍ତ ଉଚ୍ଚ ସ୍ଥରୀୟ ତଦନ୍ତ କରି ଚାଷୀଙ୍କୁ ଯଥାଶିଘ୍ର ଶସ୍ୟ ବୀମା ରାଶି ପ୍ରଦାନ କରିବାକୁ ଦାବୀ କରିଛନ୍ତି । ଏସଂକ୍ରାନ୍ତରେ ବର୍ତ୍ତମାନ ବଡଚେରଗାଁ ପେକ୍ସର ସଂପାଦକ ଦାୟୀତ୍ୱରେ ଥିବା ରଂଜନ ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଜ ଅଫ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.