ଆବାସ ଯୋଜନା ଟଙ୍କା ହରିଲୁଟ ପ୍ରସଙ୍ଗ: APD ଙ୍କ ନେତୃତ୍ୱରେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ

● ନୋଡାଲ ଅଧିକାରୀଙ୍କ ମଧୁଚନ୍ଦ୍ରିକା ପାଇଁ ଆଜି ଧନମତଙ୍କ ମୁଣ୍ଡତଳେ ଛାତ ନାହିଁ

● ବେଲଟୁକୁରି ପଂଚାୟତର ଧନମତ ସାହୁଙ୍କ ଆବାସ ଯୋଜନାର ସମସ୍ତ ଟଙ୍କା ହରିଲୁଟ ହୋଇଥିବା ପ୍ରସଙ୍ଗ

● ଧନମତଙ୍କ ଆବାସ ଫାଇଲରେ ନରବଡ଼ିଆ ସାହୁଙ୍କ କାଗଜପତ୍ର

ନୂଆପଡା: ସଦର ବ୍ଲକ ବେଲଟୁକୁରି ଗାଁର ଧନମତ ସାହୁଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାର ରହସ୍ୟ ବର୍ତମାନ ସାମ୍ନାକୁ ଆସିବାରେ ଲାଗିଛି। ପ୍ରକାଶ ଯେ ୨୦୯ – ୨୦୨୦ ଆର୍ଥିକ ବର୍ଷରେ ଧନମତ ସାହୁଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ମଂଜୁର ହୋଇଥିଲା। କିନ୍ତୁ ଧନମତଙ୍କ ପ୍ରଧାନମନ୍ତ୍ରୀ ଆବାସ ବାସଗୃହର ଫାଇଲରେ ଅନ୍ୟ ଜଣେ ମହିଳାଙ୍କ କାଗଜତ ଜମା କରି ସମସ୍ତ ଟଙ୍କା ହରିଲୁଟ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ତେବେ ଧନମତ ସାହୁଙ୍କ ନାଁରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫାଇଲରେ ନରବଡ଼ିଆ ସାହୁ ନାମକ ଜଣେ ମହିଳାଙ୍କ କାଗଜ ପତ୍ର ଯଥା; ଆଧାର କାର୍ଡ, ବ୍ୟାଙ୍କ ପାସବୁକ, ଭୋଟ କାର୍ଡ ଆଦି କାଗଜତ ଦାଖଲ ହୋଇଅଛି। ଏହି କାଗଜାତକୁ ତତ୍କାଳୀନ ବେଲଟୁକୁରି ପଂଚାୟତ ଜିଆରଏସ ସନ୍ତରାମ ହରିଜନ ଆବାସ ଯୋଜନା ନୋଡାଲ ଅଫିସର ଭାବେ ସତ୍ୟ ବୋଲି ଉଲ୍ଲେଖ କରିଛନ୍ତି।

ଧନମତ ସାହୁଙ୍କ ଆବାସ ଯୋଜନାର ସମସ୍ତ ଟଙ୍କା ହରିଲୁଟ ହୋଇଥିବା ଖବର ସେପ୍ଟେମ୍ବର ୨୮ରେ ଓଡ଼ିଆ ବାର୍ତ୍ତା ରେ ‘ଅସହାୟ ମହିଳାଙ୍କ ଟଙ୍କା ଖାଇଗଲେ ଅଧିକାରୀ’ ଶିର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଧନମତ ସାହୁ ଜଣେ ଅସହାୟ ମହିଳା। ତାଙ୍କର ନିଜର କହିଲେ କେହି ନାହାନ୍ତି। ୭୦ ବର୍ଷୀୟ ଧନମତ ନିରୀହ ଓ ସରଳ ହୋଇଥିବାରୁ ସମ୍ପୃକ୍ତ ଅଧିକାରୀ ଜାଣି ଶୁଣି କାଗଜତ ହେରଫେର କରିଥିବାର ଗାଁ ଲୋକେ ଅଭିଯୋଗ କରୁଛନ୍ତି। ତେବେ ଏ ନେଇ ଡି.ଆର.ଡି.ଏ. ପି.ଡି. ମଧୁଛନ୍ଦା ସାହୁଙ୍କ ନିର୍ଦେଶ କ୍ରମେ ଏ.ପି.ଡି. ବିଦେଶ ଘୋଷଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଏହି ଟିମ ଆଗାମୀ ଦୁଇ ତିନ ଦିନ ମଧ୍ୟରେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.