କାଉଡୋଲା ଓ ଲଡୁଗାଁରେ ଡ୍ରାଇଭର ସଂଘ ବୈଠକ

କୋକସରା, (ହିରଣ୍ୟ ବେହେରା): ଗାଡ଼ି ଡ୍ରାଇଭର ମାନଙ୍କୁ ସୁସଂଗଠିତ କରିବା ପାଇଁ ପ୍ରୟାସ ଜାରି ରଖିଛି ଡ୍ରାଇଭର ମହାସଂଘ। ସେହି କ୍ରମରେ କୋକସରା ବ୍ଲକର କାଉଡୋଲା ଓ ଲଡୁଗାଁ ଠାରେ ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଉଡୋଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତୁଲାରାମ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ଲୁଲୁ ଯାଦବ, ମୁଖ୍ୟବକ୍ତା ଭାବରେ ବ୍ଲକ ଡ୍ରାଇଭର ସଂଘର ଏଡ଼ମିନ ଚଇ ଗୋପାଳ, ସମ୍ମାନିତ ଅତିଥି ଚନ୍ଦ୍ରମଣି ନାଗ, ଜଗନ୍ନାଥ ଦଳପତି, ନରେଦ୍ର ବାଗ, କମଳ ରାଉତ, ଘନ ଜୁଏଡ଼ ପ୍ରମୂଖ ଉପସ୍ଥିତ ରହି ସଂଘର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କାଉଡୋଲା ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ତୁଳରାମ ନାଏକ, ସାଧାରଣ ସଂପାଦକ ଶରତ ଗୋପାଳ, କୋଷାଧ୍ୟକ୍ଷ ଦେବେନ୍ଦ୍ର ବାଗ ଓ ସହ ସଂପାଦକ ଭାବେ ବେଲାଲ ମାଝୀଙ୍କୁ ମନୋନିତ କରାଯାଇଥିଲା।

ସେହିପରି ଭାବରେ ଲଡୁଗାଁରେ ଅନୁଷ୍ଠିତ ଡ୍ରାଇଭର ସଂଘର ବୈଠକରେ ମୁଖ୍ୟ ଅତିଥିଭାବେ ଖଗେ ଚୈଧୁରୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତ ଶତୃଘନ ପଟେଲ, ସମ୍ମାନିତ ଅତିଥି ବ୍ଲକ ଡ୍ରାଇଭର ସଂଘର ଏଡ଼ମିନ ଚଇ ଗୋପାଳ, ଗମ୍ଭାରୀଗୁଡା ଡ୍ରାଇଭର ସଂଘ ସଭାପତି ଜଗନ୍ନାଥ ଦଳପତି, ବରାଡଙ୍ଗା ସଭାପତି କମଲ ରାଉତ, ଶରତ ଚନ୍ଦ୍ର ଗୋପାଳ, ଉପେନ୍ଦ୍ର ଦାସ, ବରିଷ୍ଠ ଡ୍ରାଇଭର ସୁଧିର ପାଢୀ, ଧନସିଂ ଛତ୍ରିଆ, ଶରତ ଚନ୍ଦ୍ର ରାଉତ ପ୍ରମୂଖ ଯୋଗଦେଇଥିଲେ । ବୈଠକରେ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା ଏବଂ ଆଗମୀ ଦିନରେ ଉକ୍ତ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରାଯିବା ପାଇଁ ନିଷ୍ପତି କରାଯାଇଥିଲା। ବୈଠକରେ କିଶନ ମାଝି, ଲାଲା ପଟ୍ଟନାୟକ, ନରେନ୍ଦ୍ର ବାଗ, ପିଣ୍ଟୁ ପାଢୀ, ଉମେଶ ରାଉତ ସମେତ ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.