ସତ୍ୟ ନାରାୟଣ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର

ପୁରୀ: ଶାନ୍ତିବଟ ଗୁରୁକୂଳ ଆଶ୍ରମ ଠାରେ ସତ୍ୟ ନାରାୟଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ କାଶତଣ୍ଡୀର ହସ ଓ ଓଡ଼ିଆ ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆଲୋଚନା ଚକ୍ର ଶୀର୍ଷକ ରାଜ୍ୟସ୍ତରୀୟ ସାହିତ୍ୟ ଆସର ସମାରୋହ ଅନୁଷ୍ଠିତ ହୋଇଯାଇଛି। ସତ୍ୟନାରାୟଣ ସାହିତ୍ୟ ସଂସଦର ସଭାପତି ବ୍ୟଙ୍ଗ ସମ୍ରାଟ ସମ୍ପଦ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ଆଲୋଚନା ଚକ୍ରରେ ଝାରଖଣ୍ଡ ଅଞ୍ଚଳର ବରିଷ୍ଠ କବି ସତ୍ୟ ପ୍ରକାଶ କର, ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ପରିଷଦର ସଭାପତି ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ, କୁମାର କବି ପ୍ରଶାନ୍ତ କୁମାର ବାହିନୀପତି, ଆଇନଜୀବି ହରେକୃଷ୍ଣ ସ୍ୱାଇଁ, ବିଶିଷ୍ଟ କବି ଗୋବିନ୍ଦ ଚନ୍ଦ୍ର ଫାରକ ପ୍ରମୁଖ ଉପସ୍ଥିତ ରହି ଉପେନ୍ଦ୍ର ଭଞ୍ଜଙ୍କ ଅମୁଲ୍ୟ ଅବଦାନ ମାନବ ସମାଜକୁ କିଭଳି ପ୍ରତିଫଳିତ କରିପାରିଅଛି ସେନେଇ ବିବୃତି ପ୍ରଦାନ କରିଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରସ୍ୱତ ସାଧକମାନଙ୍କୁ ସମ୍ବର୍ଦ୍ଧନା ପତ୍ର ତଥା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ଶିକ୍ଷାବିତ ଓ କବି ରତିକାନ୍ତ ବେହେରା, ପୁରୀରୁ ହୃଦାନନ୍ଦ ଶାସମଲ, ଖୋର୍ଦ୍ଧାରୁ ଅଧ୍ୟାପକ ତଥା କବି ମୀନକେତନ ପାଟ୍ଟଯୋଶୀ, କୋରାପୁଟରୁ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ପୁରୀରୁ ସମ୍ପଦ କୁମାର ବେହେରା, ଖୋର୍ଦ୍ଧା ପିଚୁକୂଳିରୁ ତୃପ୍ତିମୟୀ ପାଟ୍ଟଯୋଶୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ମଙ୍ଗରାଜ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅନୁଷ୍ଠାନର ସହ ସମ୍ପାଦକ ପ୍ରବୀଣ କୁମାର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.