ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ନିରିକ୍ଷକଙ୍କ ଦେବଗିରି ମଠ ପରିଦର୍ଶନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠ ପରିଦର୍ଶନ କରି ସ୍ଥିତି ସମିକ୍ଷା କରିଛନ୍ତି ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗର କଳାହାଣ୍ଡି ନିରିକ୍ଷକ ସୁକାନ୍ତ ପୁଝାରୀ। ଶ୍ରୀ ପୁଝାରୀ ମଠର ପ୍ରାଚୀନ କିର୍ତ୍ତିରାଜି, ମନ୍ଦିର ଏବଂ ଗୁମ୍ଫା ବୁଲି ଦେଖିଥିଲେ। ଏହାପରେ ମଠର ବିଭିନ୍ନ ବିଷୟକୁ ନେଇ ସେବାୟତ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ମଠ ଦେବୋତ୍ତର ବିଭାଗ ଅଧୀନରେ ରହିଛି। ତେବେ ୨୦୦୮ରୁ ଟ୍ରଷ୍ଟ ବୋର୍ଡ ଭାଙ୍ଗିଯାଇଥିଲେ ମଧ୍ୟ ଅଦ୍ୟାବଧି ଏହା ଗଠନ ହୋଇ ପାରିନାହିଁ। ଏନେଇ ଗ୍ରାମବାସୀ ଓ ମଠର ସେବାୟତଙ୍କ ପକ୍ଷରୁ ପୂର୍ବରୁ ଟ୍ରଷ୍ଟବୋର୍ଡ ଗଠନ ପାଇଁ ଦେବୋତ୍ତର ଆୟୁକ୍ତଙ୍କୁ ଅନୁରୋଧ କରାଯାଇଥିଲା। ତେଣୁ ଦେବଗିରି ମଠରେ ଏକ ଟ୍ରଷ୍ଟ୍ର ବୋର୍ଡ ଗଠନର ଆବଶ୍ୟକତା ସଂପର୍କରେ ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ ଓ ସେବାୟତ ତପିବର ଦାସ ଦେବୋତ୍ତର ନିରିକ୍ଷକ ଶ୍ରୀ ପୁଝାରୀଙ୍କୁ ଅବଗତ କରାଇଥିଲେ। ଦେବୋତ୍ତର ନିରିକ୍ଷକଙ୍କ ଏହି ପରିଦର୍ଶନ ସମୟରେ ଆଇନଜୀବୀ ସଞ୍ଜୟ ଧଙ୍ଗଡାମାଝୀ, ସମାଜସେବୀ ବିଜୟ ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀଙ୍କ ସମେତ ସେବାୟତ ତପିବର ଦାସ, ହରିହର ଦାସ, ବିଭିଷଣ ଦାସ, ରୋମାଞ୍ଚଳ ଦାସ ଓ ରାମଚନ୍ଦ୍ର ଦାସ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.