କର୍ଲାମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କଳାହାଣ୍ଡି, (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଚିନାବାଡି ପଡିଆ ଠାରେ ଦ୍ୱିତୀୟ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତତ ହୋଇଯାଇଛି। ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବରେ ସମାଜସେବୀ ଶ୍ରୀକାନ୍ତ ହୋତା, ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ସଭ୍ୟା ପ୍ରଭାତୀ ଭୋଇ ଓ ପୁଷ୍ପକାନ୍ତି କୁମାର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନଙ୍କ ସହ ସଭାପତି ନନ୍ଦିକିଶୋର ଭୋଇ ସମ୍ପାଦକ ଡୋଳମଣି ଭୋଇ ଉପ ସଭାପତି ତାପସ ଭୋଇ ପ୍ରମୁଖ ମଧ୍ୟ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu


ପ୍ରଥମ ଦିନର ଏହି ମ୍ୟାଚ ବଲାଙ୍ଗୀର ଓ ରଜାପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ ଡ୍ର ପରେ ପେନାଲ୍ଟି ସୁଟ ଆଉଟରେ ବଲାଙ୍ଗୀର ୪-୩ ରେ ଜିତିଥିଲେ। ରେଫରି ଲଳିତ ସାହୁ, ଲଳିତ ଗୌଡ଼, ବିନୋଦ ହେର୍ଣା ରହି ମ୍ୟାଚ ପରିଚାଳନା କରିଥିଲେ। ଦୁର୍ଲଭ ମେହେର ମ୍ୟାଚ ମେନେଜର ରହିଥିଲେ। କୁଞ୍ଜ ସାହୁ ମଞ୍ଚ ପରିଚାଳନା ଓ ଭାରତ ଭୂଷଣ ଷଢଙ୍ଗୀ ମ୍ୟାଚ ସଂଯୋଜନା କରିଥିଲେ। ଅନୁଷ୍ଠାନର ମୁକେଶ ସାହୁ, କିଶୋର ସାହୁ, ମଣି ମେହେର, କର୍ଣ ଭୋଇ, ବିପିନ ସାହୁ, ଅନିଲ ସାହୁ, ବିରେନ ସାହୁ, ସଲଟି ବଗର୍ତ୍ତି, ବିରୁ ସାହୁ, ଜିତ ସାହୁ, ବବଲୁ ସାହୁ, ନୀଳମାଧବ ଭୋଇ, ନମିତ ସୁନା, ସତ୍ୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.