ହର୍ଷ ଟ୍ରଷ୍ଟ ଦ୍ୱାରା କୋଭିଡ-୧୯ ଶତ ପ୍ରତିଶତ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ସ୍ଥିତ ଚପରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ କୋଭିଡ ପ୍ରକଳ୍ପର ଶତପ୍ରତିଶତ ଟୀକାକରଣ କାର୍ଯ୍ୟକ୍ରମ ସ୍ୱେଛାସେବୀ ଅନୁଷ୍ଠାନ ହର୍ଷ ଟ୍ରଷ୍ଟ ଦ୍ୱାରା ଶୁଭାରମ୍ଭ କରାଯାଇଛି। ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୮ ଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମର ୧୮ ବର୍ଷରୁ ଅଧିକ ସମସ୍ତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଓ ହର୍ଷ ଟ୍ରଷ୍ଟ ପକ୍ଷରୁ ମିଳିତ ଉଦ୍ୟମରେ ଶତପ୍ରତିଶତ ଟୀକା କରଣ କରିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୋଭିଡ ଭଳି ମହାମାରୀରୁ ମୁକ୍ତି ପାଇବାକୁ ହେଲେ ସମସ୍ତଙ୍କୁ ଟୀକା ନେବା, ମାସ୍କ ପରିଧାନ କରିବା, ହାତ ସଫା କରିବା, ସମ ଦୂରତା ଏବଂ ସରକାରଙ୍କ ନୀତିନିୟମକୁ ପାଳନ କରିବା ଅତ୍ୟନ୍ତ ଜରୁରୀ ଅଟେ ବୋଲି ମତପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡାକ୍ତର ଖୁସିରାମ ସୁନା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଟୀକା କରଣ ର ଆବଶ୍ୟକତା କାହିଁକି ଜରୁରୀ ଅଟେ, ଟୀକା ଯଦି ନେବେନାହିଁ ତେବେ ତାର ପରିଣାମ କଣ ଭୋଗିବାକୁ ପଡିବ ସେଥିପ୍ରତି ଆଲୋଚନା କରିବା ସହିତ ଗୋଲାମୁଣ୍ଡା ବ୍ଲକର ସମସ୍ତ ଗ୍ରାମ ରେ ଟୀକାକରଣ କାମ୍ପ କରିବା ଓ ଲୋକଙ୍କୁ କୋଭିଡ ବାବଦରେ ବୁଝାଇ ଟୀକା ପ୍ରଦାନ କରିବା ପାଇଁ ମିଳିତ ଉଦ୍ୟମ ଆବଶ୍ୟକ ଅଟେ ବୋଲି ସହମତି ପ୍ରଦାନ କରିଥିଲେ ଏବଂ କୋଭିଡ ଟୀକାକରଣ ନିୟୋଜିତ କର୍ମକାର୍ତ୍ତାଙ୍କୁ ତାଲିମ ପ୍ରଦାନ କରିଥିଲେ ଓ ଚପୁରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପିଏଇଓ ଅବନ ଭୋଇ ଓ ଗୋପବନ୍ଧୁ କର ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୋଭିଡ ଟୀକାକରଣ ବିଷୟରେ ଆଲୋକପାତ କରି ଟୀକା ପ୍ରଦାନ କରିବା ପୂର୍ବରୁ ଓ ପରେ ଟୀକା ନେଇଥିବା ବ୍ୟକ୍ତିର ପଞ୍ଜିକରଣ ମୋବାଇଲ ଆପରେ କିଭଳି କରାଯିବ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।

Udyog Nursery
Udyogi Nursery


ପ୍ରଥମେ ହର୍ଷ ଟ୍ରଷ୍ଟ ଟିମ ଲିଡର ବନପ୍ରଭା ସେଠୀ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ହର୍ଷ ଟ୍ରଷ୍ଟ କୋଅର୍ଡିନେଟର ଦର୍ପନାରାୟଣ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳ କରିବାପାଇଁ କୋଭିଡ କର୍ମକର୍ତ୍ତାଙ୍କୁ ନିର୍ଦେଶ ଦେବା ସହିତ ପ୍ରତିଜ୍ଞାବଦ୍ଧ ହେବାପାଇଁ ପ୍ରବର୍ତ୍ତାଇ ଥିଲେ ଓ ପରିଶେଷରେ ହର୍ଷ ଟ୍ରଷ୍ଟ କର୍ମକର୍ତ୍ତା ହରିଶଙ୍କର ଟୋଳଟିଆ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.