ଭୂର୍ଷାଗୁଡ଼ାଠାରେ ମାଣବସା ଲକ୍ଷ୍ମୀ ପୂଜା 

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅନ୍ତର୍ଗତ ଭୂର୍ଷାଗୁଡ଼ା ରାମ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ମାଣବସା ଲକ୍ଷ୍ମୀ ପୂଜା ଚାଲିଛି। ଗତ ସୋମବାର ଦିନ ଗାଁର ମହିଳାମାନଙ୍କୁ ନେଇ କଳସ ଯାତ୍ରା କରାଯିବାସହ ମୃଣୀୟ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ସହ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା।

Omkar Vasthu
Omkar Vasthu


ଏଥିରେ ଉପେନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ସାହୁ କର୍ତ୍ତା ଭାବରେ କାର୍ଯ୍ୟ ତୁଳାଉଥିବା ବେଳେ ପୂଜକ ଭାବରେ ସୁରୁ ରଥ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ମହାଲକ୍ଷ୍ମୀଙ୍କ ଏହି ପୂଜାନୁତ୍ସୋବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବଙ୍ଗୋମୁଣ୍ଡା ଚେୟରମ୍ୟାନ ରଞ୍ଜୁ ବାଲା ବେହେରା ଯୋଗଦେଇ ଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି ପୂଜାରେ ଭାଗ୍ୟଧର ସାହୁ, ରମେଶ ସାହୁ, ରୁଦ୍ର ସାହୁ, କାଳିଆ ସାହୁ, ସାରଦା କର ସାହୁ, ବରଜ ପୁଝାରୀ, ମକାରୁ ଭୋଇ ଓ ପୂଜା କମିଟି ପରିଚାଳନା କରି ଥିବାବେଳେ ଗ୍ରାମବାସୀ ସହଯୋଗ କରୁଛନ୍ତି। ୫ଦିନ ଧରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସଙ୍କୀର୍ତ୍ତନ ଚାଲୁ ରହିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.