ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ସାହୁଙ୍କ ପରଲୋକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଜଣେ ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ସାହୁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁର ଗ୍ରାମ ପଞ୍ଚାୟତ ଗୋହିରା ପଦର ଗ୍ରାମର ସ୍ବର୍ଗତ ସାହୁ ଜୀବନର ଆଦ୍ୟ ଭାଗରୁ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିଲେ । ଅଞ୍ଚଳର ବିକାଶ ଦିଗରେ ସେ ସଦା ଚେଷ୍ଟିତ ଥିଲେ । ସେ ଅଞ୍ଚଳର ଅସହାୟ ଓ ରୋଗୀଙ୍କ ସେବା କରୁଥିଲେ । ଜଣେ ସଫଳ କୃଷକ ଭାବରେ ତାଙ୍କର ବିଶେଷ ସୁନାମ ଥିଲା । ବାର୍ଦ୍ଧକ୍ୟ ଜନୀତ କାରଣରୁ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତାଙ୍କର ଦୁଇ ପୁଅବୋହୁ, ଚାରି ଝିଅ ଜ୍ବାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ରାମଚନ୍ଦ୍ର ସାହୁଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.