ଅଗ୍ନିକାଣ୍ଡରେ ଜଳିଗଲା ସର୍ବସ୍ୱ: ଅସହାୟ ମା ଓ ଝିଅ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଅଗ୍ନିକାଣ୍ଡରେ ସର୍ବସ୍ବ ଜଳିଯିବାରୁ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଠାରେ । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ସାଢ଼େ ୯ଟା ସମୟରେ ଦଶମନ୍ତପୁର ହରିଜନ ସାହିରେ ବାସ କରୁଥିବା ମଣି ନାୟକ (୬୬) ଏବଂ ତାଙ୍କ ଝିଅ କୁନ୍ଦ ଗୁରୁବାର ଲକ୍ଷ୍ମୀପୂଜା ପାଇଁ ବାହାର ଅଗଣାରେ ଝୋଟି ଦେବାରେ ବ୍ୟସ୍ତ ଥିଲେ । ଏହି ସମୟରେ ଅଚାନକ ଘରେ ନିଆଁ ଲାଗିଯିବା ଦେଖି ପାଟି କରିଥିଲେ । ଚାଳ ଘର ହୋଇଥିବାରୁ ଦେଖୁଦେଖୁ ନିଆଁ ଚାରିଆଡ଼କୁ ବ୍ୟାପିଗଲା । ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହ ବୈପାରିଗୁଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ ମଧ୍ୟ ମଣି ନାୟକଙ୍କ ସର୍ବସ୍ବ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଘର ଭିତରେ ରହିଥିବା ତିନି ବସ୍ତା ଚାଉଳ, ପାଞ୍ଚ ବସ୍ତା ଧାନ, ଏକ ବସ୍ତା ମାଣ୍ଡିଆ ସହ ଲୁଗାପଟା, ଖଟିଆ, ଆସବାବପତ୍ର ତଥା ଦରକାରୀ କାଗଜପତ୍ର ପୋଡ଼ି ଯାଇଛି । ଝିଅ କୁନ୍ଦ ମଜୁରୀ ଲାଗି ସଞ୍ଚୟ କରିଥିବା ଚାରି ହଜାର ଟଙ୍କା ମଧ୍ୟ ପୋଡ଼ି ଯାଇଥିବା ପ୍ରକାଶ । ଅଗ୍ନିଶମ ବାହିନୀଙ୍କ କହିବା ଅନୁଯାୟୀ ଚାଳିଶି ହଜାର ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଛି । ପ୍ରବଳ ଶୀତରେ ମାଆ ଏବଂ ଝିଅ ଅସହାୟ ଅବସ୍ଥାରେ ପଡି ରହିଥିବା ବେଳେ ବର୍ତ୍ତମାନ ତାଙ୍କ ସମ୍ପର୍କୀୟ ଭଉଣୀ ଘରେ ଆଶ୍ରୟ ନେଇଛନ୍ତି । ତାଙ୍କର ଏହି ଅବସ୍ଥା ଦେଖି ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଆଜି ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.