୫୦୦କ୍ୱିଣ୍ଟାଲ ଚୋରା ପିଡ଼ିଏସ ଚାଉଳ ଜବତ, ଡ୍ରାଇଭର ଗିରଫ

● ସମତା ଇଣ୍ଡଟ୍ରି ମାଲିକ ଫେରାର

କେସିଙ୍ଗା, (ମଧୂସୁଦନ ଠାକୁର): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚେର ସ୍ଥିତ ସମତା ଇଣ୍ଡଷ୍ଟ୍ରିରେ ଚୋରା ପିଡ଼ିଏସ ଚାଉଳ ଏକ ଟ୍ରକରେ ଚାଲାଣ କରାଯାଇ ଗତ ଶନିବାର ରାତ୍ରି ୮ଘଣ୍ଟା ସମୟରେ ଉନଲୋଡ଼ କରୁଥିବା ସମୟରେ ଜିଲା ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ୪ଜଣିଆ ଦଳ ଓ ପୋଲିସ ଛଡାଉ କରି ୪ ଟି ଗୋଦାମ ଓ ଦିଇଟି ମୁଖ୍ୟ ଗେଟ କୁ ସିଲ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି (ରବିବାର) ସକାଳେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କର (ମାଜେଷ୍ଟ୍ରିଟ)ଙ୍କ ଉପସ୍ଥିତରେ ୫୦୦ ରୁ ଉର୍ଦ୍ଧ୍ବ କ୍ୱିଣ୍ଟାଲ ଚାଉଳ ଜବତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ପିଡ଼ିଏସ ଚାଉଳ ଭବାନୀପାଟଣାର ଫେଜ ନଂ ୧ ରୁ ଗତ ଶନିବାର ଏକ ଟ୍ରକ (ନଂ ଓ.ଡ଼ି. ୦୮ଇ-୩୦୪୦) ଯୋଗେ ୨୪୦ ବସ୍ତା ଚାଉଳ ବୋଝେଇ କରି ଥୁଆମୂଳ ରାମ ବ୍ଲକର ସିନ୍ଧିପଦର ଗ୍ରାମ ପଚାୟତ କୁ ଯିବା କଥା । କିନ୍ତୁ ଗାଡି ଡ୍ରାଇଭର ମୁନମୁନ ଦଣ୍ଡସେନା (୩୧) ଭବାନୀପାଟଣାରୁ କେସିଙ୍ଗା ଯାଇଥିବା ଏନ ଏଚ ୨୬ ପାର୍ଶ୍ଵରେ ଥିବା ଚାଞ୍ଚେର ସମତା ଇଣ୍ଡଷ୍ଟ୍ରିକୁ ନେଇ ୨୪୦ବସ୍ତା ପିଡ଼ିଏସ ଚାଉଳ ଉନଲୋଡ଼ କରିଥିବା ସମୟରେ ଯୋଗାଣ ବିଭାଗ କେସିଙ୍ଗା ପୋଲିସ ଛଡାଉ କରି ଜବତ କରିଥିଲେ ।

Udyog Nursery
Udyogi Nursery

ଏହା ପୂର୍ବରୁ ଏହି ସମତା ଇଣ୍ଡଷ୍ଟ୍ରି ରେ ଚାଉଳ, ଖାଲି ଜାରିବସ୍ତ, ଗନି ବସ୍ତା ଶହ ଶହ ସଂଖ୍ୟା ଗଛିତ ଥିଲା ।ସମସ୍ତ ଚାଉଳକୁ ଜବତକରି କେସିଙ୍ଗା ବ୍ଲକର ସମଲେଶ୍ବରୀ ରାଇସ ମିଲକୁ ସ୍ଥାନାନ୍ତରିତ କରି ଉକ୍ତ ମିଲକୁ ଜିମା ଦେଇ ଥିବାର ଜଣାପଡିଛି । ଏହି ଚଢ଼ାଉରେ କେସିଙ୍ଗା ଏସ.ଡ଼ି.ପି.ଓ ଅଭିନଭ ସୋନ କର, କେସିଙ୍ଗା ତସହସିଲଦାର ଜ୍ୟୋର୍ତିମୟ କର, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଧୂମାରାମ ମୁର୍ମୁ, କେସିଙ୍ଗା ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ, ଉତ୍କେଲା ଫାଣ୍ଡିଆଧିକାରୀ ପ୍ରେମରାଜ କହଁର ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ସମତା ଇଣ୍ଡଷ୍ଟ୍ରି ମାଲିକ ଫେରାର ଥିବାର ଜଣା ପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.