ବିଜୁ ପକ୍କାଘର ଯୋଜନା ହିତାଧିକାରୀଙ୍କୁ ଲାଞ୍ଜିଗଡ଼ ବିଧାୟକଙ୍କ ଦ୍ଵାରା ମରାମତି ସହାୟତା ପ୍ରଦାନ

ଜୟପାଟଣା, (ଧନେଶ୍ଵର ପୁଞ୍ଜି): ଓଡିଶା ସରକାରଙ୍କ ଦ୍ଵାରା ବିଜୁ ପକ୍କାଘର ପାଇଥିବା ପ୍ରତ୍ୟେକ ପରିବାର ପାଇଁ ୩ ହଜାର ଟଙ୍କା ଘର ମରାମତି ସହାୟତା ପ୍ରଦାନ କରାଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଛି ଦିନ ତଳେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦଶାରୀ ଜୟପାଟଣା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତ କରି ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଉଥିବା ବେଳେ ଜୟପାଟଣା ଓ ପ୍ରତାପପୁର ଗ୍ରାମ ପଞ୍ଚାୟତ ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କ ପାଖକୁ ଯାଇ ରାଜ୍ୟ ସରକାରଙ୍କ ୩ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ଜୟପାଟଣା ସରପଞ୍ଚ ଦିଲୀପ ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ନାଏକ, ବରିଷ୍ଠ ବିଜେଡି ନେତା ସତ୍ୟ ନାରାୟଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ସରକାରଙ୍କ ଲୋକାଭିମୁଖୀ କାର୍ଯକ୍ରମ ସମ୍ପର୍କରେ ଅବଗତ କରାଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.