ଜିଲ୍ଲା ସ୍ତରୀୟ ବିଜୁ ଯୁବ-ଛାତ୍ର ଜନତା ଦଳ କର୍ମକର୍ତ୍ତା ସମ୍ମିଳନୀ

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଯୁବ-ଛାତ୍ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ବ୍ଳକ ସଭାପତି, ଜିଲ୍ଲା ଯୁବ-ଛାତ୍ର ପଦାଧିକାରୀ ସମେତ ୩୬ଟି ଜିଲ୍ଲା ପରିଷଦ ଜୋନର ଯୁବ-ଛାତ୍ର କର୍ମକର୍ତ୍ତା ଯୋଗଦେଇଥିଲେ ।

 

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ଅନାମ ନାଏକ, ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ଉପସଭାପତି ଜିତେନ୍ଦ୍ର ମହାନ୍ତି , ପ୍ରଦୀପ ମୁଣ୍ଡ, ଚିତ୍ତରଞ୍ଜନ ମଣ୍ଡଳ, ରାଜ୍ୟ ଯୁବ ଉପ ସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ଜାକୀର ହୁସେନ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ଟାଉନ ସଭାପତି ଧବଳେଶ୍ବର ମହାପାତ୍ର, ବିଜେଡି ସମ୍ପାଦକ ଟିକେଲାଲ ସାହୁ , ରବି ପଟ୍ଟନାୟକ, ବଦ୍ରି ପଟ୍ଟନାୟକ, ସାମନ୍ତ ଖମାରୀ ପ୍ରମୁଖ ମଞ୍ଚାସିନ ରହି ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ବିଜୁ ଯୁବ ଓ ଛାତ୍ର କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ।

କଳାହାଣ୍ଡି ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନରୁ ୩୬ଟି ସିଟ୍ ଜିତିବା ସହ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ହାତମୁଠାକୁ ଟାଣ କରିବା ପାଇଁ ଏଥର ଯୁବ-ଛାତ୍ର କର୍ମକର୍ତ୍ତା ସଂକଳ୍ପ ନେଇଛନ୍ତି ବୋଲି ବିଜେଡି ତରଫରୁ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.