ସୃଷ୍ଟି ଓ ସ୍ରଷ୍ଟା ଇ-ପତ୍ରିକାର ଉନ୍ମୋଚନ ସମାରୋହ

କୋକସରା (ହିରଣ୍ୟ ବେହେରା): ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ କୋକସରାର ପ୍ରଥମ ସଂସ୍କରଣ ଇ-ପତ୍ରିକାର ଶୁଭ ଉନ୍ମୋଚନ ସମାରୋହ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରାବନ୍ଧିକ ମୋହନ ଚରଣ ବିଷିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ମୂଖ୍ୟବକ୍ତା ଭାବେ ଉତ୍କଳ ବାଗ୍ମୀ ଭୂଷଣ ସଂଗ୍ରାମକେଶରୀ ସାମନ୍ତରାୟ, ସମ୍ମାନୀତ ଅତିଥି କବି ତଥା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ଉପସ୍ଥାପକ ବିରଞ୍ଚି ନାରାୟଣ ମୁଣ୍ଡ ଯୋଗ ଦେଇ ସାହିତ୍ୟରେ ଯଦିହଉନ୍ମାଦନା ନାହିଁ ତାହା ସୁଦୂର ପ୍ରସାରୀ ହୋଇପାରେ ନାହିଁ ବୋଲି ମତ ପ୍ରକାଶ କରିବା ସହ ସୃଷ୍ଟି ଓ ସ୍ରଷ୍ଟା ଇ-ପତ୍ରିକାର ଦୀର୍ଘ ଜୀବନ କାମନା କରିଥିଲେ ।

ମାଟିର କଳାକାରର ପ୍ରତିଷ୍ଠାତା ସୁରେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଇ-ପତ୍ରିକା ଉନ୍ମୋଚନ ସଭାରେ ସଂସ୍ଥାପକ ରିକ୍ଷିରାମ ମେହେର ଉପସ୍ଥିତ ରହିଥିବା ବେଳେ ଅନୁଷ୍ଠାନର ମାର୍ଗଦର୍ଶକ ଭାଗୀରଥି ସାଗରଙ୍କ ବଳିଷ୍ଠ ସଂଯୋଜନାରେ ଓଡିଶାର ବିଭିନ୍ନ ଜିଲ୍ଲାର କବି ଓ କବୟତ୍ରୀମାନେ ସ୍ଵ ରଚିତ କବିତା ପାଠ କରିଥିଲେ । ଶେଷରେ  ଉପସଭାପତି ବାବୃ ବାହାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କବିତା ପାଠରେ ଗୋପାଳ ଭାଟି ଯାଦବ, ବାସନ୍ତି ଲତା ଜେନା, ଯୁଧିଷ୍ଠିର ମୁଦୁଲି, କବିତାଞ୍ଜଳି ପଣ୍ଡା, ପ୍ରିୟଦର୍ଶନୀ ମିଶ୍ର, ବର୍ଷା ସ୍ୱାଇଁ, ଟିକେମଣି ବୁଦ୍ଧିଆ, ଭୁବନେଶ୍ୱର ପୁରୋହିତ, ଯଶୋବନ୍ତ ବିଶ୍ୱାଳ, କମଳିନୀ ଚଣ୍ଡି, ଶଙ୍ଖା ଖର୍ସେଲ, ବିରଞ୍ଚି ନିଏଲ, ଅନ୍ତର୍ଯ୍ୟାମୀ ସାହୁ, ପ୍ରଭାତ କୁମାର ମଲ୍ଲିକ ଓ ସୁଭସ୍ମିତା ମହାନ୍ତି ପ୍ରମୁଖ କବି ଓ କବୟତ୍ରୀମାନେ ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.