ଜାପାନୀ ଭାଷାରେ ଅନୁଦିତ ହେଲା କବି ଭବାନୀ ଶଙ୍କର ନିଆଲଙ୍କ କବିତା

ଭବାନୀପାଟଣା: ଓଡିଆ ସାହିତ୍ୟ ପାଇଁ ଆଉ ଏକ ଖୁସିର ଖବର । ଓଡିଆ କବି ଭବାନୀଶଙ୍କର ନିଆଲଙ୍କ କବିତା ଜାପାନୀ ଭାଷାରେ ଅନୁଦିତ ହୋଇଛି । ଆନ୍ତଃରାଷ୍ଟ୍ରୀୟ ଖ୍ୟାତନାମା ଜାପାନୀୟ କବି ମାକି ଷ୍ଟାରଫିଲ୍ଡ ଜାପାନୀ ଭାଷାରେ ଶ୍ରୀ ନିଆଲଙ୍କ କବିତାକୁ ଅନୁବାଦ କରିଛନ୍ତି । ସେ କବି ଭବାନୀ ଶଙ୍କର ନିଆଲଙ୍କ କବିତା ଏନଫ ଏବଂ ବିଫୋର ଅଟରିଙ୍ଗ ଏ ଓ୍ବାର୍ଡ କୁ ଜାପାନୀୟ ଭାଷାରେ ଅନୁଦିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ, କବି ଭବାନୀଶଙ୍କର ନିଆଲଙ୍କ ଏହି କବିତା ଦ୍ବୟକୁ ଇଂରାଜୀରେ ବଙ୍କିମ ମୁଣ୍ଡ ଅନୁବାଦ କରିଛନ୍ତି । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା ଭଳି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହେବା ଏକ ଗୌରବର ବିଷୟ । ଉକ୍ତ କବିତା ଗୁଡିକୁ ଇଂରାଜୀ ଭାଷାରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀ ଭାଷାରେ କବି ଇମାନୁଏଲା ରିଜୋ, ସର୍ବିଆ ଭାଷାରେ କବି ଶୋଭା ସୋଭକା ଶୋଭିକ, ଚୀନ ଭାଷାରେ କବି ଲାଉ ଫୁ, ରୁଷ ଭାଷାରେ ଏଲିନା ଡାନିସିନା, ଫ୍ରାନ୍ସ ଭାଷାରେ ଏଲିଜା ବେଥ ପ୍ଲେନାଟୋ, ସ୍ପେନିସ ଭାଷାରେ ଆମେରିକୀୟ କବି ଏଞ୍ଜେଲ ଗୁସ୍ତାଭୋ ବେନାଭିଡିସ, ପୋଲିସ ଭାଷାରେ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି, ଫିଲିପିନୋ ଭାଷାରେ ଡ଼. ଜେସୁକା ପି. ବେସିନ, ଆର୍ବିକ ଭାଷାରେ କବି ମହମ୍ମଦ ହେଲ୍ମୀ ଅଲ ରିଶା, ଭିଏତନାମା ଭାଷାରେ କବି ମେ ହୋଆ ଡୁ, ଅଳବାନିୟନ ଭାଷାରେ କବି ମାରଜେତା ଶଟ୍ରୋ ରାରପାଜ ଏବଂ ଜର୍ମାନୀ ଭାଷାରେ ବିଶିଷ୍ଟ ଜର୍ମାନୀ କବି ଆନଚିଆ ଷ୍ଟିନ ଅନୁବାଦ କରିଛନ୍ତି । କବିଙ୍କ ଏହି ସଫଳତାରେ କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରୁ ଖୁସିର ସୁଅ ଛୁଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.