କୋରାପୁଟ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠିତ ଅନୁଷ୍ଠାନ ପୌରାଣିକ ସମୀକ୍ଷା ପରିଷଦ ତରଫରୁ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ବିଭୁତି ସାହୁ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ମାନବ ସମ୍ବଳ ଅଧିକାରୀ ରାଜୀବ ଗୋପାଳ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଲୋକକଳା ସଂସ୍କୃତି ସଂଘ ସଭାପତି ଅବନୀ କୁମାର ମିଶ୍ର, ତାଳଚେର ଲୋକକଳା ସଂସ୍କୃତି ସଂଘ ଉପସଭାପତି ସବିତା ସିଂ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବଛା ବଛା କଳା, ସଂସ୍କୃତି, ପୁରାଣ ଓ ସାହିତ୍ୟ ସାଧନାରେ ବ୍ରତୀ ରହି ସମାଜରେ ନିଜର ମହତ୍ ଉଦେଶ୍ୟକୁ ପ୍ରତିଷ୍ଠିତ କରିପାରିବାରେ ଏକ ଶ୍ରେଷ୍ଠ ସଦସ୍ୟ ଭାବରେ ମନୋନୀତ ହୋଇ ଅନୁଷ୍ଠାନ ତାଙ୍କୁ ପୁରାଣ ମିତ୍ର ସମ୍ନାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରଞ୍ଜନ କୁମାର ଭୁକ୍ତା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ କୋରାପୁଟ ଭାସ୍କର ଆର୍ଟ୍ସ ଏକାଡେମୀର ସଦସ୍ୟ ତଥା ସମାଜସେବୀ ଶ୍ରୀ ହରିହର ପଟ୍ଟନାୟକ ଉପସ୍ଥିତ ରହି କୋରାପୁଟର ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ ଏହି “ପୁରାଣ ମିତ୍ର ସମ୍ମାନ”ରେ ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଅଛି । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ରଞ୍ଜନ କୁମାର ଭୁକ୍ତା ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ସାରସ୍ୱତ ସାଧନାକୁ ପ୍ରଶଂସା କରିବା ସହ ତାଙ୍କ ସୁସ୍ଥ,ନିରୋଗ ଏବଂ ଦୀର୍ଘାୟୁ ଜୀବନର କାମନା କରିଥିଲେ ।