ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ରାକ୍ସି ସରପଞ୍ଚ ପ୍ରାର୍ଥୀ ଯେମନ୍ତ ପୋଢ

କଳାହାଣ୍ଡି: ମାଘ ମାସର ଶୀତୁଆ ପରିବେଶକୁ ଅଧିକ ଉଷ୍ଣ କରିଦେଉଛି ପଞ୍ଚାୟତ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗ୍ରାମାଞ୍ଚଳର ପରିବେଶ ବେଶ ସରଗରମ ରହିଛି । ଜନସାଧାରଣ ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ରହିଛନ୍ତି । ଥରେ ନିର୍ବାଚିତ ହେଲେ ପ୍ରାର୍ଥୀ ପାଞ୍ଚ ବର୍ଷ ପାଇଁ ପଞ୍ଚାୟତର ବିକାଶ କାର୍ଯ୍ୟ କରିବେ । ତେବେ ନର୍ଲା ବ୍ଲକ ରାକ୍ସି ପଞ୍ଚାୟତର ସରପଞ୍ଚ ଲଢେଇ ରୋଚକ ମୋଡରେ ପହଞ୍ଚିଛି । ଏଥର ଏହି ଆସନରେ ଦ୍ବିମୁଖି ଲଢେଇ ହେଉଛି । ରାକ୍ସି ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଯୁବ ନେତା ଯେମନ୍ତ ପୋଢ ଇତି ମଧ୍ୟରେ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ବନ୍ଦାପଣା ପରେ ସେ ରାକ୍ସି ଗାଁର ଘରକୁ ଘର ଯାଇ ଗୁରୁଜନଙ୍କ ଆଶିର୍ବାଦ ଗ୍ରହଣ ସହ ଭୋଟ ଭିକ୍ଷା କରିଛନ୍ତି । ଯେମନ୍ତଙ୍କ ନିର୍ବାଚନ ଚିହ୍ନ ‘ମାଛ’ ରହିଛି । ରାକ୍ସି ଗ୍ରାମବାସୀମାନେ ମଧ୍ୟ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ମୋର ଲକ୍ଷ୍ୟ ବୋଲି ଏହି ଅବସରରେ ମତ ପ୍ରକାଶ କରିଛନ୍ତି ଯେମନ୍ତ ପୋଢ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.