ସିଆରପିଏଫ୍ ର ଜନସଂପର୍କ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ସୀମାନ୍ତବର୍ତ୍ତୀ ପଞ୍ଚାୟତ ମୋହନଗିରୀଠାରେ ଥିବା ଇକୋ କମ୍ପାନୀ ୬୪ ତରଫରୁ ଏକ ଜନସଂପର୍କ ଶିବିର ମୋହନଗିରୀର ତିନୋଟି ୱାର୍ଡ଼ ବାଡ଼େନସରା, ସିଟୃବାଲି ଏବଂ ଲାତେର ରେ ଅନୁଷ୍ଠିତ ହେଇଯାଇଛି । ଏହି ଅସବରରେ ଅଂଚଳର ୧୫୩ଜଣଙ୍କୁ ରେଡ଼ିଓ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବାଟାଲିଅନର ସେକେଣ୍ଟ କମାଣ୍ଡେଣ୍ଟ ଧର୍ଯ୍ୟପାଲ ସିଂ, ଆସିଷ୍ଠାଣ୍ଡ କମାଣ୍ଡେଣ୍ଟ ଯୁଗଳ କିଶୋର ମହାପାତ୍ର, ମୋହନଗିରୀ ସରପଞ୍ଚ ସୁରେନ୍ଦ୍ର ଧରୁଆ, ଫାଣ୍ଡି ଅଧିକାରୀ ରମାରମଣ ମିଶ୍ର, ଯୁବ ସମାଜସେବୀ ସୁବ୍ରତ କୁମାର ସାହୁ, ଆସିଷ୍ଠାଣ୍ଡ କମାଣ୍ଡେଣ୍ଟ ବଳରାମ ପ୍ରମୁଖ ଉପସ୍ଥିତ ରହିଥିଲେ । ମ.ରାମପୁର ବ୍ଳକ ଉର୍ଲାଦାନୀଠାରେ ଥିବା ବି/୬୪ ବାଟାଲିଅନ ତରଫରୁ କମାଣ୍ଡେଣ୍ଟ ବିପ୍ଲବ ସରକାରଙ୍କ ନେତୃତ୍ୱରେ ସେକେଣ୍ଟ କମାଣ୍ଡେଣ୍ଟ ଅଧିକାରୀ ଅମର ସିଂ, ଉର୍ଲାଦାନୀ କ୍ୟାମ୍ପ କମାଣ୍ଡେଣ୍ଟ ଜି.ନବି, ଉର୍ଲାଦାନୀ ସରପଞ୍ଚ ସୁପ୍ରିୟା ମାଝୀ ପ୍ରମୁଖ ଉପସ୍ଥିତ ରହି ବଣପାହାଡ଼ଘେରା ସୁଡ଼େଙ୍ଗପଦର, କଙ୍କଡ଼ାନାଳ, ରାଶିପୂଜୁ ଗାଁରେ ସମୁଦାୟ ୧୦୨ଜଣଙ୍କୁ ରେଡ଼ିଓ ବଣ୍ଟନ କରିଥିଲେ । ଠିକ୍ ସେହିପରି ମ.ରାମପୁର ବ୍ଳକ ଡ଼ମ୍ବ କର୍ଲାଖୁଣ୍ଟା ପଞ୍ଚାୟତରେ ମଧ୍ୟ କମାଣ୍ଡେଣ୍ଟ ବିଳ୍ପବ ସରକାରଙ୍କ ନେତୃତ୍ୱରେ, ସୁବାସ କୁମାର, ଯୁଗଳ କିଶୋର, ସରପଞ୍ଚ ସ୍ନିଗ୍ଧା ରଣା, ସମାଜସେବୀ ଫକୀର ରଣା, ସାମ୍ବାଦିକ ପ୍ରଦୀପ ସାହୁ ଉପସ୍ଥିତ ରହି ରେଡ଼ିଓ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ମନୋଜ କୁମାର ସାହୁ, କମଳଲୋଚନ ଧଙ୍ଗଡ଼ାମାଝୀ, କମ୍ବୁ ସାହୁ, ପ୍ରମୋଦ କୁମୁରା, ସତ୍ୟବାଦୀ ପୁଟା ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.