ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): “ପଢ଼ନା ଲିଖନା ” କାର୍ଯ୍ୟକ୍ରମ ପାଇଁ ଆଞ୍ଚଳିକ ସାଧନ କେନ୍ଦ୍ର କାଉଡୋଳା ଠାରେ ସାଧନ କେନ୍ଦ୍ର ସଂଯୋଜକ ସୁମନ୍ତ ଠାକୁରଙ୍କ ତତ୍ୱାବଧାନରେ ସ୍ବେଛାସେବୀ ସହାୟକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବଡ଼ପୋଡା ଗୁଡା ସରପଞ୍ଚ ଯମୁନା ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ତାଲିମ ଶିବିର ଉଦଘାଟନ କରିଥିଲେ । ୧୫ ବର୍ଷରୁ ଉର୍ଦ୍ଧରେ ଥିବା ସମସ୍ତ ଅଣସାକ୍ଷରଙ୍କୁ ସାକ୍ଷର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସ୍ବେଛାସେବୀଙ୍କ ଅବଦାନ ବହୁ ମହତ୍ୱପୂର୍ଣ ବୋଲି ସମସ୍ତ ସ୍ବେଛାସେବୀଙ୍କୁ ସମ୍ବୋଧିତ କରି ଉତ୍ସାହିତ କରିଥିଲେ । ଏହି ଶିବିରରେ ତାଲିମ ଦାତା ଭାବରେ ନୀଳାମ୍ବର ଦାସ ଉପସ୍ଥିତ ରହି ୫୫ଜଣ ସ୍ବେଛାସେବୀଙ୍କୁ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରେଇଥିଲେ । ଦୁଇ ଦିନ ଧରି ହେବାକୁ ଥିବା ଏହି ଅଣ ଆବାସିକ ତାଲିମ ଶିବିରରେ ପ୍ରଧାନ ଶିକ୍ଷକ ତୁଲାରାମ ମାଝୀ, ସାକ୍ଷର ଭାରତ କାର୍ଯ୍ୟକ୍ରମର କାଉଡୋଳା ପ୍ରେରକ ସଂଜୀବ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସହାୟକ ମାନଙ୍କୁ ଉତ୍ସାହିତ କରିଥିଲେ । ସାକ୍ଷର ଭାରତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ହରିଶ୍ଚନ୍ଦ୍ର ମୁଣ୍ଡ, ବିନୋଦ ମିଶ୍ର ତାଲିମ ଶିବିର ପରିଦର୍ଶନ କରି ସ୍ବେଛାସେବୀ ମାନଙ୍କୁ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।