ଶନିବାର ଭୋଟ ଗଣତି: ଆଶା ଆଶଙ୍କାରେ କର୍ମୀ ଓ ନେତା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଶନିବାର ହେବ ପୌର ଓ ଏନଏସି ର ଭୋଟ ଗଣତି । ଫଳରେ ନିର୍ବାଚନ ରଣାଙ୍ଗନରେ ଓଲ୍ହାଇଥିବା ପ୍ରାର୍ଥୀ ଓ ସମର୍ଥକ ମାନେ ଆଶା ଓ ଆଶଙ୍କାରେ ଅଛନ୍ତି । ଫୁଲବାଣୀ ମୁନିସିପାଲିଟି ଓ ବାଲିଗୁଡ଼ା ଏବଂ ଜି. ଉଦୟଗିରି ର ଅଧ୍ୟକ୍ଷ ପଦବୀ ଜିତିବେ ବୋଲି ବିଜେଡି, ବିଜେପି ଓ କଂଗ୍ରେସ ଦଳର ନେତାମାନେ ଦାବୀ କରୁଥିବା ବେଳେ କିଏ ବାଜି ମାରିବ ତାହା ଶନିବାର ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ । ନିର୍ବାଚନକୁ ନେଇ ଫୁଲବାଣୀରେ ବାତାବରଣ ଅଶାନ୍ତ ରହିଛି । ଭୋଟ ଗ୍ରହଣ ଠାରୁ ପୋଲିସ ସତର୍କ ନଜର ରଖିବା ସହ ପାଟ୍ରୋଲିଂ କୁ କଡାକଡି କରିଛି । ଫୁଲବାଣୀରେ ୬୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଜି. ଉଦୟଗିରି ଏନ.ଏ.ସିରେ ୬୭ ପ୍ରତିଶତ, ବାଲିଗୁଡା ଏନ.ଏ.ସିରେ ୬୯ ପ୍ରତିଶତ ମତଦାନ ହୋଇଛି । ଫୁଲବାଣୀରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ବୋଲି ଜଣାପଡିଛି । ସେହିପରି ଜି. ଉଦୟଗିରିରେ ବିଜେପି ଆଉ ବିଜେଡି ମଧ୍ୟରେ ଲଢେଇ ହେବ ଆଉ ବାଲିଗୁଡାରେ ବିଜେଡି ଭଲ ସ୍ଥିତିରେ ଅଛି । ସୁନିଶ୍ଚିତ ବିଜୟ ବୋଲି ବୁଥ ଫେରନ୍ତା ମତରୁ ଜଣାପଡିଛି । ଫୁଲବାଣୀରେ କଂଗ୍ରେସର ପଲା ଭାରିଥିବା ବେଳେ ଜି. ଉଦୟଗିରିରେ ବିଜେପି ସ୍ଥିତି ମଜଭୁତ ଅଛି । ତେବେ ଭୋଟ ଗଣତି ବେଳେ ସ୍ପଷ୍ଟ ହୋଇଯିବ । ସେହିପରି ଫୁଲବାଣୀର ୧୩ଟି କାଉନସିଲର ମଧ୍ୟରୁ ୭, ୮ଓ ୯ ନମ୍ବର, ୫ ନମ୍ବର ବିଜେଡି ଭଲ ସ୍ଥିତିରେ ଥିବା ବେଳେ ବିଜେପି ୬,୧୨,୧୩ ନମ୍ବର ୱାର୍ଡରେ ବିଜୟୀ ସ୍ଥିତିରେ ଥିବା ବେଳେ କଂଗ୍ରେସ ୧,୪ ଓ ୧୧ ରେ ମଜବୁତ ସ୍ଥିତିରେ ରହିଛି । ସେହିପରି ୩ ଓ ୧୦ ନମ୍ବର ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ନେଇ ମତ ପ୍ରକାଶ ପାଇଛି । ତେବେ ଶନିବାର ଭୋଟ ଗଣତି ପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

Omkar Vasthu
Omkar Vasthu

 

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.