‘ନାଟକ ଉତ୍ତମ ମଣିଷ ତିଆରି କରେ’

ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟ୍ ର ସ୍ଵତନ୍ତ୍ର ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର: ବର୍ତମାନ ପରିସ୍ଥିତିରେ ସମସ୍ତ କଳକାର ମାନେ ଏକଜୁଟ ହୋଇ କିପରି କଳା ମାଧ୍ୟମରେ ମନୁଷ୍ୟ ହୃଦୟରୁ ହିଂସା, ଅଶାନ୍ତି, ଗର୍ବ, ଅହଂକାର ଦୂର କରି ସ୍ନେହ, ପ୍ରେମ, ଧର୍ଯ୍ୟ ଓ ସହନଶୀଳତାକୁ ଜାଗ୍ରତ କରାଯାଇ ପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ। ଏହି ବାର୍ତ୍ତା ସହ ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଏସୋସିଏସନ୍ ଫର୍ ଏମେଚ୍ୟୋର୍ ଥିଏଟର ବା ନାଟ୍ ତରଫରୁ ଏକ ଆଲୋଚନା ଚକ୍ର ମହାନଦୀ ସାହିତ୍ୟ ସଂସଦର ରିହରସେଲ ହଲରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ କଳାକାରମାନେ ଆଲୋଚନାରେ ଭାଗନେଇ ନାଟକ ଉତ୍ତମ ମଣିଷ ତିଆରି କରେ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର କର୍ଯ୍ୟକାରୀ ସଭାପତି ତଥା ନାଟ୍ୟକାର ଓ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର କୁ ସଂସ୍କୃତି ସଂପାଦକ ଅଭିନେତା ଅବିନାଶ ହୋତା ସଂଯୋଜନା କରିଥିବା ବେଳେ କବି ଲକ୍ଷ୍ମୀ ନାରାୟଣ ସାହୁ ସ୍ଵାଗତ ଏବଂ ସାଧାରଣ ସଂପାଦକ ବନମାଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଗାୟକ ତଥା ଅଭିନେତା ସମୀର ସାହୁ ଏହି ଅବସରରେ ଗୀତ ପରିବେଷଣ କରିଥିବା ବେଳେ ଅଭିନେତ୍ରୀ ମୁନିଆଁ ପାଣିଗ୍ରାହୀ ଏବଂ ସୌମ୍ୟକାନ୍ତ ମିଶ୍ର ଏକକ ଅଭିନୟ ପ୍ରଦର୍ଶନ କରିଥିଲେ। ଶ୍ରୀଜିତ ରାୟଗୁରୁ, ଅଙ୍କିତା ରାୟଗୁରୁ, ଦେବାଶିଷ ପଟ୍ଟନାୟକ ଏବଂ ଶିବରାଜ କମ୍ପ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.