ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ପରିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଚକ୍ଷୁ ପରିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢିପଦର ଓ ଏସସିଡି ଆଇ ହସ୍ପିଟାଲ ଟିଟିଲାଗଡର ମିଳିତ ଆନୁକୁଲ୍ୟରେ ଆୟୋଜିତ ଉକ୍ତ ଶିବିରରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରିକ୍ଷା କରାଯାଇଥିଲା । ଏହି ଅବସରରେ ରାକ୍ସି ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ନର୍ଲା ଏବିଇଓ ସୂର୍ଯ୍ୟଦେବ ବାଗ, ଏସସିଡି ଆଇ ହସ୍ପିଟାଲର ପ୍ରୋଜେକ୍ଟ ଡାଇରେକ୍ଟର ମୋହିତ ମୋହନ ଦାଶ, ଫିଲ୍ଡ କୋର୍ଡିନେଟର ଶୈଳେନ୍ଦ୍ର କୁମାର ନନ୍ଦ, ରାକ୍ସି ହାଇସ୍କୁଲ ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ବଲବସପୁର ସିଆସିସି ଦାଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏସସିଡି ଆଇ ହସ୍ପିଟାଲର କର୍ମଚାରୀମାନେ ଆଖିର ଯତ୍ନ କିପରି ନେବେ ସେନେଇ ଆଲୋକପାତ କରିଥିଲେ ।

Udyog Nursery
Udyogi Nursery

ଏସସିଡି ଆଇ ହସ୍ପିଟାଲର ଟେକ୍ନିସିଆନ ପ୍ରାଣରଞ୍ଜନ ସାଗର, ସଂଗୀତାରାଣୀ ବାରିକ, ଭିଜନ ମୋଟିଭେଟର ଜୟଦେବ ସାହୁ, ହିରାମଣି ସାହୁ, ସାମାଜିକ କାର୍ଯ୍ୟକର୍ତ୍ତା ରମେଶ ବାଗ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ରାକ୍ସି ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଧଙ୍ଗଡାମାଝୀ, ରଜନୀକାନ୍ତ ବିଶ୍ବାଳ, ପରମାନନ୍ଦ ସେନାପତି, ଶଙ୍କର୍ଷଣ ଗଉଡ, ହୃଦାନନ୍ଦ ଶବର, ଶିକ୍ଷୟିତ୍ରୀ କଲ୍ୟାଣୀ ଷଢଙ୍ଗୀ, ସ୍ବପ୍ନା ନାଏକ, ରିନା ପରିଡା, ରଶ୍ମୀତା ତ୍ରିପାଠୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.