୧୧ତମ ସାମୁହିକ ବିବାହ କାର୍ଯ୍ୟକ୍ରମ

ବିଧାୟକ ରାଜେନ୍ଦ୍ର ଢୋଲକିଆ ମା’ବାପା ଙ୍କ ସ୍ମୃତିରେ କରାଉଛନ୍ତି ସାମୁହିକ ବାହାଘର

ଓଡ଼ିଆ ବାର୍ତ୍ତା/ ନୂଆପଡା: ସଦର ବ୍ଲକ ଆମସେନା ଗୁରୁକୁଳ ଆଶ୍ରମ ଠାରେ କାଞ୍ଚନ ବେନ ରସିକଲାଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ ୧୧ତମ ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ଅଧକ୍ଷତାରେ ଆୟୋଜିତ ଏହି ସୁନ୍ଦର କାର୍ଯ୍ୟକ୍ରମରେ ଗୁରୁକୁଳ ଆଶ୍ରମ ପ୍ରତିଷ୍ଠାତା ସ୍ୱାମୀ ଧର୍ମାନନ୍ଦ ସରସ୍ବତୀ, ସଦର ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଖରିଆର ରୋଡ ଏନ.ଏ.ସି ଅଧ୍ୟକ୍ଷା ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା, ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ, ମୁରଲୀ ଭୋଇ, ଉମା ଠାକୁର, ସମାଜସେବୀ ଧନିରାମ ସାହୁ, ସୁରେଶ ଅଗ୍ରୱାଲ, କାଉନସିଲର ସନ୍ଦୀପ ଶର୍ମା, ଶେଖର ଜୈନ, ବିଜେପି ଜିଲ୍ଲା ଉପ ସଭାପତି ଗୋଲଡି ଅଗ୍ରୱାଲ, ଗୁରୁକୁଳ ଆଶ୍ରମ ସହ ପରିଚାଳକ କୁଞ୍ଜଦେବ ମୁନସୀ ପ୍ରମୁଖ ମଂଚାସୀନ ଥିଲେ । ଶେଷରେ ଟ୍ରଷ୍ଟ ପରିଚାଳକ ଜୟ ଢୋଲକିଆ ଧନ୍ୟବାଦ ଦେଇଥିଲେ । ଏହି ୧୧ତମ ସାମୁହିକ ବିବାହ ଉତ୍ସବରେ ଏହି ବର୍ଷ ୭ ଯୋଡି ବରକନ୍ୟା ବିବାହ ବନ୍ଧନରେ ଯୋଡି ହୋଇଥିଲେ । ପ୍ରତେକ ଯୋଡିର ଉଭୟ ବର ଓ କନ୍ୟା ପକ୍ଷରୁ ୧୫ ଜଣ ଲେଖାଏଁ ପରିବାର ସଦସ୍ୟ ଓ଼ ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିବାହ କାର୍ଯ୍ୟ ସମାପନ ପରେ ପ୍ରୀତିଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବିବାହ କରିଥିବା ପ୍ରତି ବରକନ୍ୟାଙ୍କୁ ୫୧ ହଜାର ଟଙ୍କା ଉପହାର ଆକାରରେ ଦେଇ ବିଧାୟକ ଶ୍ରୀ ଢୋଲକିଆ ଟ୍ରଷ୍ଟ ପରିଚାଳକ ତଥା ପୁଅ ଜୟ ଢୋଲକିଆଙ୍କୁ ଦାଇତ୍ୱ ହସ୍ତାନ୍ତର କରିଥିଲେ । ତେବେ ଦୀର୍ଘ ୧୧ ବର୍ଷରେ ବିଧାୟକ ଶ୍ରୀ ଢୋଲକିଆ ୭୦୦ରୁ ଉର୍ଦ୍ଧ ବରକନ୍ୟାଙ୍କୁ ବିବାହ କରାଇସାରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଅନେକ ଦାନଦାତାଙ୍କ ସହଯୋଗ ରହିଛି । ମୁଲଚନ୍ଦ ଫନ୍ଦେ, ରମେଶ ଆଚାରୀ, ଜ୍ଞାନ ସିଂ, ସନ୍ତୋଷ ଦୁବେ ଏବଂ ଏକତା ମହିଳା ମଣ୍ଡଳ, ମହାରାଷ୍ଟ୍ରୀୟନ ମହିଳା ମଣ୍ଡଳ, ରାମାୟଣ ମହିଳା ମଣ୍ଡଳ, ସାହୁ ସମାଜ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ରେ ସାହାଯ୍ୟ କରିଥିଲେ ।

ରିପୋର୍ଟ: ମହେନ୍ଦ୍ର ବାଗ (ରାହୁଲ), ନୂଆପଡା ଜିଲ୍ଲା ପ୍ରତିନିଧି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.