ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ ପୋଲିସ ଏୟାରପୋର୍ଟ ଥାନା ଅନ୍ତର୍ଗତ ଭୀମପୁର ଥାନାର ଅନୁସୂଚିତ ଜାତିର ମହିଳା ଅନ୍ନପୂର୍ଣ୍ଣା ଭୋଇଙ୍କୁ ଦୁଇ ଦୁଇ ଥର ଆକ୍ରମଣ କରିବା ସହିତ ଜାତିଆଣ ଆକ୍ଷେପ କରିବା ଏବଂ ପେଷାଦାରୀ ଅପରାଧିକ ଭଳି ଅନେକ ମାମଲା ଥିବା ମହିଳା ସମାଜସେବୀ କହି ବୁଲୁଥିବା ମମତା ସାମନ୍ତରାୟଙ୍କୁ ଗିରଫ କରିବା ଦାବିରେ ଜାତୀୟ ଦଳିତ ଆଦିବାସୀ ମହାସଂଘ ତରଫରୁ ଆଜି ସ୍ଥାନୀୟ ସତ୍ୟନଗର ଛକରୁ ଏକ ଶୋଭାଯାତ୍ରାରେ ବାହାରି ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଥିଲା । ଏହି ପ୍ରତିବାଦ ଶୋଭାଯାତ୍ରାରେ ପ୍ରାୟ ୫୦୦ କର୍ମୀ ଯୋଗ ଦେଇଥିବା ଦେଖା ଦେଇଅଛି । ନିଜକୁ ମହିଳା ସମାଜସେବୀ ବୋଲାଉଥିବା ମମତା ସାମନ୍ତରାୟଙ୍କୁ ଗିରଫ କରିବାକୁ ଦୃଢ ପ୍ରତିବାଦ କରିଅଛନ୍ତି ଜାତୀୟ ଦଳିତ ଆଦିବାସୀ ମହାସଂଘ ରାଜ୍ୟ ସଭାପତି ଲିଟୁ ଦାସ ଏବଂ ଅନ୍ୟାନ୍ୟ ସଦସ୍ୟଗଣ ।