ଐତିହାସିକ ଓ ଧାର୍ମିକ ପୀଠସ୍ଥଳୀ ଅସୁରଗଡରେ ଚାଲିଛି ଶ୍ରୀରାମ ନବମୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତର ପ୍ରାତ୍ନତାତ୍ତିକ ମାନଚିତ୍ରରେ ସ୍ଥାନ ପାଇଥିବା ଅସୁରଗଡ ଦୂର୍ଗ ଐତିହାସିକ, ପ୍ରାତ୍ନତାତ୍ତ୍ବିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ସଂସ୍କୃତ ମହାଭାରତ, ସାରଳା ମହାଭାରତ ସମେତ ଅନେକ ପୁରାଣରେ ଏହି ସ୍ଥାନର ଉଲ୍ଲେଖ ରହିଛି । ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ଗ୍ରାମ ଏସବୁ ଦୃଷ୍ଟିରୁ କେବଳ କଳାହାଣ୍ଡି କିମ୍ବା ଓଡିଶା କାହିଁକି ସାରା ଭାରତବର୍ଷରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ । ଅସୁରଗଡ ପୀଠରେ ୫୪ ବର୍ଷ ଧରି ଚାଲି ଆସୁଛି ଶ୍ରୀରାମ ନବମୀ । ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡରେ ଏହି ରାମ ନବମୀ ପାଳନର ୫୦ ବର୍ଷ ପୂର୍ତ୍ତି ହୋଇ ସାରିଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମଧ୍ୟ ପାଳନ କରି ସାରିଛି କମିଟି । ଚଳିତ ବର୍ଷ ଅସୁରଗଡ ଶ୍ରୀରାମ ନବମୀ କମିଟି ପାଳନ କରୁଛି ୫୫ ତମ ଶ୍ରୀରାମ ନବମୀ । ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ କେବଳ ବିଧି ପାଳିତ ହୋଇଥିଲା । ଏହି ପର୍ବ ପାଳନରେ ଲାଗି ପଡିଛନ୍ତି ସାରା ଅସୁରଗଡ ବାସୀ । ଏଥରକ ସ୍ୱତନ୍ତ୍ର ଧରଣ ଭାବରେ ପାଳିତ ହେଉଛି ଶ୍ରୀରାମ ନବମୀ । ଏଥିପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ଐତିହାସିକ ଅସୁରଗଡ । ଚଳିତ ବର୍ଷ ସ୍ୱତନ୍ତ୍ର ଓ ନିଆରା ଢଙ୍ଗରେ ସାରା ଗ୍ରାମ ଏବଂ ଗଡଟିକୁ ସୁସଜ୍ଜିତ କରିଛନ୍ତି ସୀତାପତି ସାଂସ୍କୃତିକ ଅନୁଷ୍ଠାନ ଅସୁରଗଡ । ଗତ ଅପ୍ରେଲ ୯ ଦିନ ଏନେଇ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବାକୁ ଥିବା ବେଳେ ସୋମବାର ଠାରୁ ରାମାୟଣର ଆଦ୍ୟକାଣ୍ଡ ପର୍ବ ଆରମ୍ଭ ହୋଇଛି । ପ୍ରତ୍ୟହ ସକାଳୁ ଶ୍ରୀରାମ ପୂଜନ, ରାମାୟଣ, ପାରାୟଣ, ଭଜନ, କୀର୍ତ୍ତନ ଓ ପ୍ରବଚନ ଭଳି ନଅ ଦିନ ବ୍ୟାପି ଭବ୍ୟ କାର୍ଯ୍ୟକ୍ରମର ପ୍ରତ୍ୟହ ଚାଲିଥିବା ଶ୍ରୀରାମ ନବମୀ ସମିତିର ସଭାପତି ରାଧାକାନ୍ତ ରଣା ସୂଚନା ପ୍ରଦାନ କରିଛନ୍ତି । ପରିଚାଳନା କମିଟିର ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସମ୍ପାଦକ କୌଶିକ ପୁଟେଲ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ଶଙ୍କର ବାହୁକ, ଜଗନ୍ନାଥ ଗଉଡ, ଗୋପୀନାଥ ରଣା, ଭାସ୍କର ସା, ସଦାନନ୍ଦ ସା, ବେଣୁଧର ଗଉଡ଼, ପାର୍ଥବ ସା, ସୁକାନ୍ତ ରାଏ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗକ କରୁଥିବା ଜଣା ପଡିଛି । ପ୍ରତ୍ୟହ ରାତିରେ ରାମଲୀଳା ନାଟକ ଅନୁଷ୍ଠିତ ହେଉଥିବା ବେଳେ ରାମ, ଲକ୍ଷ୍ମଣ, ସୀତା, ଦଶରଥ, ରାବଣ, ବାଣାସୁର ପ୍ରଭୃତି ଭୂମିକାରେ ଭଗବାନ ରଣା, ଦାମୋଦର ପଧାନ, ବେଣୁଧର ରଣା, ଜଗନ୍ନାଥ ଗଉଡ ପ୍ରମୁଖ ଅଭିନୟ କରୁଥିବା ଜଣା ପଡ଼ିଛି । ବିରଞ୍ଚି ରଣା ଓ ପଞ୍ଚମୀ ରଣା ଦମ୍ପତି କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରଛନ୍ତି । ଅସୁରଗଡ ଗ୍ରାମର ପଣ୍ଡିତ ପୂଜକ ଶେଷଦେବ ପାଢୀ ପୂଜନ କାର୍ଯ୍ୟ ସମ୍ପାଦନକରୁଛନ୍ତି । ଆଜି ରାମନବମୀର ତୃତୀୟ ଦିବସ । ଅପ୍ରେଲ ୧୮ ଯାଏଁ ପୂଜା ଚାଲିବ ଏବଂ ତା.୧୯/୪ ରିଖ ସକାଳେ ପୂର୍ଣ୍ଣାହୂତି ପଡିବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି । ସେହିଭଳି ନର୍ଲା ବ୍ଲକ୍ ଅଞ୍ଚଳର ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବେହେରାପାଟି ଗ୍ରାମରେ ସର୍ବପ୍ରଥମେ ଆରମ୍ଭ ହୋଇଥିବା ଶ୍ରୀରାମ ନବମୀ ମଧ୍ୟ ଚଳିତ ବର୍ଷ ମହା ଆଡମ୍ବର ସହକାରେ ପାଳିତ ହେଉଛି । ଅନ୍ୟ ସ୍ଥାନ ଗୁଡିକ ମଧ୍ୟରେ ନର୍ଲାର ଡାକ୍ତରଖାନା ପରିସରରେ ରହିଥିବା ରାମ ମନ୍ଦିର ଫାର୍ମାସିଷ୍ଟ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୂଜନ ଚାଲିଛି । ସେହିଭଳି ନର୍ଲାର ଅନ୍ୟସ୍ଥାନ ଗୁଡିକ ମଧ୍ୟରେ ରୁପ୍ରା, ତିତକେଲା, ବାଗପୁର, ତୁଳାପଡା, ଗିଗିନା ପ୍ରଭୃତି ସ୍ଥାନ ଗୁଡିକରେ ମଧ୍ୟ ଆଡମ୍ବର ସହକାରେ ପାଳିତ ହେଉଛି ଶ୍ରୀରାମ ନବମୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.