ଦେକୋଟଠାରେ ଜ୍ଞାନର ପ୍ରତୀକ ବିଶ୍ୱରତ୍ନ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଦେକୋଟ ଜୟ ଭୀମ ପରିବାର ତରଫରୁ ଦେକୋଟ ଠାରେ ସମ୍ବିଧାନ ପ୍ରଣେତା ଡ଼. ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଦେକୋଟଠାରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା । ମୁଖ୍ୟ ଅତିଥି ଭାବରେ ଦୁର୍ଗେଶ୍ୱର ସାହୁ, ସମ୍ମାନିତ ଅତିଥି ଭାବରେ ପ୍ରେମଲାଲ ଜଗତ, ଜଗଦାନନ୍ଦ ସୁନାନୀ, ଚକ୍ରଧର ବେଣୁପାଣି, ଦୟା ବିହାରୀ, ଦେକୋଟ ଡମ ସମାଜର ସଭାପତି ଉତ୍ତମ କୁମାର ଦୀପ, ୱାର୍ଡସଭ୍ୟ ପର୍ଶୁରାମ ବନ୍ଦୀଛୋଡ, ମିନିକେତନ ବନ୍ଦୀଛୋଡ ପ୍ରମୁଖ ମଞ୍ଚାସିନ ହୋଇ ସର୍ବପ୍ରଥମେ ସମ୍ବିଧାନ ପ୍ରଣେତା ଆମ୍ବେଦକର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ । ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ଡ. ବାବା ସାହେବ ଆମ୍ୱେଦକରଙ୍କୁ ମାନବ ବାଦର ପୃଷ୍ଟପୋଷକ, ବିଶିଷ୍ଟ ଶିକ୍ଷାବିତ, ଆଇନଜ୍ଞ, ଦାର୍ଶନିକ, ଜ୍ଞାନର ପ୍ରତୀକ, ଭାରତୀୟ ସମ୍ବିଧାନର ପ୍ରଣେତା ଓ ସବୋର୍ପରି ଅଗଣିତ ଅବହେଳିତ ନିଷ୍ପେସିତ ଦଳିତ ଓ ମହିଳାଙ୍କ ଉଦ୍ଧାର କର୍ତ୍ତା, ବିଶ୍ୱ ପ୍ରିୟ ଭାରତରତ୍ନ ଡ. ବାବା ସାହେବ ଆମ୍ୱେଦକର  ଆଧୁନିକ ଭାରତର ନିର୍ମାତା ବୋଲି ବର୍ଣ୍ଣନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଲା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ବିଭାଗର ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ନିରୁପମା ନାଏକଙ୍କ ନେତୃତ୍ୱରେ ଉଦ୍ଧବ ଜାଲ, ଟୁନୁ ଜାଲ, ଦେବରାଜ ସୁନାନୀ, ରିଙ୍କୁ ଦୀପ, ଧର୍ମେନ୍ଦ୍ର ଦିପ, କରନ ଦିପ ସମେତ ଗ୍ରାମରୁ ବହୁ ଆମ୍ବେଦକର ପ୍ରେମୀମାନେ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.