ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ସ୍ଥିତ ଖମାରହଳଦୀ କ୍ଲବ ଗୃହଠାରେ ସମ୍ବିଧାନ ପ୍ରଣେତା ଡ଼. ବାବାସାହେବ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ପ୍ରଥମେ ସମ୍ବିଧାନ ପ୍ରଣେତା ଡ଼. ବାବାସାହେବ ଆମ୍ବେଦକରଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ଓ ବୁଦ୍ଧବନ୍ଦନା ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ଅମର ସିଂ ନିଆଲ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନାଏବ ସରପଞ୍ଚ ପ୍ରତିନିଧି ବଟକୃଷ୍ଣ ତାଣ୍ଡି, ସମ୍ମାନିତ ଅତିଥି ଭାବରେ ବେଣୁଧର ତାଣ୍ଡି, ଅଭିମନ୍ୟୁ ନାଏକ, ଭୁବନେଶ୍ୱର ନିଆଲ, ଟଙ୍କଧର ତାଣ୍ଡି ଏବଂ ମୁଖ୍ୟବକ୍ତା ଭାବରେ ଦେବାର୍ଚ୍ଚନ ସେଠିଆ ଯୋଗ ଦେଇ ଭାରତ ବର୍ଷର ଜନସାଧାରଣଙ୍କ ଉପରେ ବାବାସାହେବ ଆମ୍ବେଦକରଙ୍କ ଅବଦାନ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ଜନ୍ମେଜୟ ନାଏକ, ଦୀପକ ସୁନାନୀ, ପ୍ରେମଲାଲ ଜଗତ, ଅବିନାଶ ଦୁର୍ଗା, ଅଶେଶ୍ୱର ଦୁର୍ଗା, ସତ୍ୟବାନ ନାଏକ, ହିତେଶ ମଙ୍ଗରାଜ, ସମେତ ଅଞ୍ଚଳର ଅନେକ ଆମ୍ବେଦକରବାଦୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।





