ସାହିତ୍ୟିକ କବି ବନ୍ଧୁ ପରିବାରର ପ୍ରତିଷ୍ଠା ଦିବସରେ ‘ଶିଖା’ର ଶିଶୁ ବିଶେଷାଙ୍କ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵରର ପ୍ରତିଷ୍ଠା ଦିବସ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର “ଶିଖା” ର ଚତୁର୍ଥ ଅର୍ଘ୍ୟ “ଶିଶୁ ବିଶେଷାଙ୍କ” ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବୈଜ୍ଞାନିକ ଡ. ପ୍ରମୋଦ କୁମାର ପଣ୍ଡା, ସୁସାହିତ୍ୟିକା ହିରଣ୍ମୟୀ ମିଶ୍ର, ସମ୍ପାଦକ ତଥା ସୁସାହିତ୍ୟିକ ବ୍ରହ୍ମାନନ୍ଦ ବିଶ୍ବାଳ, ଆମେରିକାର ବୈଜ୍ଞାନିକ ଚନ୍ଦ୍ରା ମିଶ୍ର, ଛତିଶଗଡ଼ରୁ ବାମନଚନ୍ଦ୍ର ଦୀକ୍ଷିତ, ତେଲେଙ୍ଗାନାରୁ ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର, ଚୈତନ୍ୟ ରାଉତ ରହିଥିବା ବେଳେ ମହାରାଷ୍ଟ୍ରରୁ ନିର୍ମଳ ନାୟକ, ମୁମ୍ବାଇରୁ ସ୍ନେହ ମିଶ୍ରଙ୍କ ସହ ଓଡ଼ିଶାର କୋଣାନୁକୋଣର ଅନେକ ସୁସାହିତ୍ୟିକ ଯୁବ ସାହିତ୍ୟିକ ସାମିଲ ହୋଇଥିଲେ । ସାହିତ୍ୟିକ କବି ବନ୍ଧୁ ପରିବାରର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିପିନ ବିହାରୀ ବାରିକ ଶଙ୍ଖନାଦ, ଓମକାର ଧ୍ବନି ସହ ମଙ୍ଗଳାଷ୍ଟକ ପାଠ କରିଥିଲେ । ଗଞ୍ଜାମର ଶିଶୁକବି ରୁଦ୍ରରୂପା ବ୍ରହ୍ମା ସ୍ବାଗତିକା ଗାନ କରିଥିଲେ । ଶ୍ରୀମାନ ଶିବାନନ୍ଦ ଅତିଥି ପରିଚୟ ଦେଇଥିବା ବେଳେ ରଞ୍ଜନ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ପାଦିକା ପ୍ରଣତି ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଶୁଭାଭିନନ୍ଦନ ଜଣାଇଥିଲେ । ସଭାପତି ଦେବେନ୍ଦ୍ର କୁମାର ନାଏକ ଆଭିମୁଖ୍ୟ ସହ ପତ୍ରିକା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ପରିବାରର ବଡ଼ଭାଇ ବିଶ୍ବେଶ୍ବର ମାଝୀ, ଗୀତାଞ୍ଜଳି ପୃଷ୍ଟି, ତପନ କୁମାର ବିଶ୍ବାଳ, ବନଲକ୍ଷ୍ମୀ ମହାନ୍ତି, ହୃଦୟ ରଞ୍ଜନ ପରିଡ଼ା, ବିନୋଦିନୀ ଦାଶଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପତ୍ରିକାର ବିଭିନ୍ନ ଦିଗ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଯୁବ ସାହିତ୍ୟିକ ହୃଦୟ ରଞ୍ଜନ ଡିଜିଟାଲ ମାଧ୍ୟମରେ ଆକର୍ଷଣୀୟ ଭାବରେ ପତ୍ରିକା ଲୋକାର୍ପଣ କାର୍ଯ୍ୟକ୍ରମ ତୁଲାଇଥିଲେ । ଉପସ୍ଥିତ ଅତିଥି ବନ୍ଧୁମାନେ ଏଭଳି ଉନ୍ମୋଚନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଶିଖା ର ଶିଶୁବିଶେଷାଙ୍କ କଳେବର ତଥା ସୃଷ୍ଟିକୁ ବହୁତ ପ୍ରଶଂସା କରିଥିଲେ । ବର୍ତ୍ତମାନ ସମୟରେ ଶିଶୁ ସାହିତ୍ୟ କ୍ଷେତ୍ରରେ ଏ ପତ୍ରିକା ନିଶ୍ଚିତ ଭାବରେ ଆଦରଣୀୟ ହେବ ବୋଲି ବକ୍ତବ୍ୟରେ କହିଥିଲେ । କଳ୍ପେଶ ନାରାୟଣ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ରତିନାରାୟଣ ରାଉତ ଧନ୍ୟବାଦ ସହ ଶାନ୍ତି ପାଠ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.