କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସଭାଗୃହରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଶିକ୍ଷା ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ପଢ଼ିବାକୁ ଶିଖିବା, ଶିଖିବାକୁ ପଢ଼ିବା’ ଅଧୀନରେ ଉକ୍ତ କର୍ମଶାଳା ତିନିଦିନ ଧରି ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ସିଆରସିସି ଯୋଗଦେଇ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଶିକ୍ଷାଦାନର ଅଭିନବ କୌଶଳ ସଂପର୍କରେ ମାର୍ଗଦର୍ଶନ କରିଥିଲେ।

Omkar Vasthu
Omkar Vasthu

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ‘ପଢ଼ିବାକୁ ଶିଖିବା, ଶିଖିବାକୁ ପଢ଼ିବା’ କାର୍ଯ୍ୟକ୍ରମ ଉପରେ ବିଶଦ ବିବରଣୀ ରଖିବା ସହ ଏହାର ବ୍ୟବହାରିକ ପ୍ରୟୋଗ ପ୍ରତି ଗୁରୁତ୍ୱ ଆରୋପ କରିଥିଲେ। ଡିଆଇଇଟିର ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସାଧନକର୍ମୀ ଜିତେନ୍ଦ୍ର କୁମାର ବିଶ୍ବାଳ ଯାନ୍ତ୍ରିକ ଉପସ୍ଥାପନାରେ ସହାୟତା କରିଥିବା ବେଳେ ଜିଲ୍ଲା ଜନଜାତି ଶିକ୍ଷା ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ଉପସ୍ଥିତ ରହିଥିଲେ। ସିଆରସିସି ଅଜିତ କୁମାର ପଧାନ, ଅମିତ କୁମାର ଜାଲ, ଶିକ୍ଷକ ଡିଲେଶ୍ୱର ରଣାଙ୍କ ସମେତ ଡିଆଇଇଟିର କର୍ମଚାରୀମାନେ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.